ବିବାହର ୨ମାସ ପରେ ନିର୍ଯାତନା, ବୋହୂକୁ ଚେଙ୍କ ଦେଇ ଜେଲ୍‌ ଗଲେ ଅଧ୍ୟାପିକା ଶାଶୁ ଓ ସ୍ୱାମୀ

Published By : Prameya-News7 Bureau | August 20, 2023 IST

ଭୁବନ ୨୦।୦୮:  ବୋହୂକୁ ଗରମ ଚେଙ୍କ ଦେଇ ଜେଲ୍ ଗଲେ ଅଧ୍ୟାପିକା ଶାଶୁ ଓ ସ୍ବାମୀ । ସରକାରୀ କଲେଜ ଅଧ୍ୟାପିକା ହୋଇ ମଧ୍ୟ କେବଳ ରୁଟି ପୋଡିଯିବାରୁ ବୋହୂକୁ ଚେଙ୍କ ଦେବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଜଗତସିଂହପୁରରେ ଏହି ଅଭାବନୀୟ ଘଟଣା ଘଟିଛି ।

wp:embed {"url":"https://www.prameyanews7.com/kanhu-charan-pradhan-in-police-custody/","type":"wp-embed","providerNameSlug":"prameya-news-7"}
https://www.prameyanews7.com/kanhu-charan-pradhan-in-police-custody/
/wp:embed

ଖବର ଅନୁଯାୟୀ,  ଢେଙ୍କାନାଳ ଜିଲ୍ଲା ଭୁବନ NAC ଓ୍ବାର୍ଡ ନମ୍ବର ୧ର ଲତାବିଲ ସାହିର ଭାଗିରଥୀ ବେହେରାଙ୍କ ଝିଅ ଜଗତସିଂହପୁର ଟାଉନରେ ବିବାହ କରିଥିଲେ। ବିବାହର ୨ ମାସ ପରେ ଆରମ୍ଭ ହୋଇଥିଲା ନିର୍ଯାତନା। ଏହା ସହିତ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ ସ୍ୱାମୀ ଖାରବେଳ ପାତ୍ର ।

ସେପଟେ ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପିକା ସୁପ୍ରଭା ଜେନା ମଧ୍ୟ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏମିତିକି ରୁଟି ପୋଡି ଯିବାରୁ ସେହି ରୁଟି ସେକା ତାଓ୍ବାରେ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି । ବୋହୂଙ୍କ ପରିବାର ଲୋକ ଖବର ପାଇ ପୁନେରୁ ଆସି ଭୁବନ ଥାନାରେ ଲିଖିତ ଏତଲା ଦେଇଥିଲେ ।

ଏହାପରେ ଜଗତସିଂହପୁର ଉଗ୍ରତାର କଲୋନୀରୁ ଅଧ୍ୟାପିକା ଶାଶୁ ସୁପ୍ରଭା ଓ ସ୍ୱାମୀ ଖାରବେଳଙ୍କୁ ଭୁବନ ପୋଲିସ ଗିରଫ କରିଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ କାମାକ୍ଷାନଗର ଜେଲକୁ ପଠାଇ ଦିଆଯାଇଛି ।

wp:embed {"url":"https://www.prameyanews7.com/rahul-gandhi-pays-tribute-to-father-rajiv-on-banks-of-pangong-lake-in-ladakh/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rahul-gandhi-pays-tribute-to-father-rajiv-on-banks-of-pangong-lake-in-ladakh/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.