ନୂଆଦିଲ୍ଲୀ ୨୨।୫: ଗ୍ରୀଷ୍ମରେ ମଧୁର ଓ ରଶାଳ ଲିଚୁ ସମସ୍ତଙ୍କର ପସନ୍ଦ। ତେବେ ଏହି ଋତୁରେ କେତେକ ଫଳ ବିକ୍ରେତା ନକଲୀ ଓ ଭେଜାଲ ଲିଚୁ ବିକ୍ରି କରି ଗ୍ରାହକଙ୍କୁ ଠକୁଛନ୍ତି। ନକଲୀ ଲିଚୁର ସ୍ୱାଦ ଓ ରଙ୍ଗ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଏବେ ବଜାରରେ ଲିଚୁ ବିକ୍ରି ଆରମ୍ଭ ହୋଇଗଲାଣି। ଏଣୁ କିଛି ଠକ ବେପାରୀ ଅଧିକ ରୋଜଗାର ଲାଳଶାରେ ଭେଜାଲ ଓ ନକଲୀ ଲିଚୁ ଯୋଗାଣ କରିବା ଆରମ୍ଭ କରିଦେଇଛନ୍ତି। ଯଦି ଆପଣ ଲିଚୁ ସୌକିନ ଓ ଘରକୁ ଦିନେ ଦୁଇଦିନରେ ଲିଚୁ ନେଇ ଆସୁଛନ୍ତି ତେବେ ଜାଣନ୍ତୁ ଅସଲି ଓ ନକଲୀ ଲିଚୁ ଚିହ୍ନିବାର କୌଶଳ।
ରଙ୍ଗରୁ କରନ୍ତୁ ଚିହ୍ନଟ
ଅସଲି ଲିଚୁର ରଙ୍ଗ ଇସତ ଗୋଲାପି ଓ ଲାଲ ରଙ୍ଗର ହୋଇଥାଏ। ଏଥିରେ ନକଲୀ ଲିଚୁ ଗାଢ଼ ଲାଲ ରଙ୍ଗର ହୋଇଥିବା ବେଳେ ଚିକ୍କଣ ହୋଇଥାଏ। ଯାହା ଦେଖିବାକୁ ଅସାମାନ୍ୟ ଲାଗିପାରେ। ଏଥି ପାଇଁ ବେପାରୀ ଲିଚୁକୁ ଲାଲ ଦେଖାଇବା ପାଇଁ ଏଥିରେ ରଙ୍ଗ ଓ କେମିକାଲ ବ୍ୟବହାର କରନ୍ତି। ଚକାଚକ୍ ଓ ଏକାଭଳି ରଙ୍ଗର ଅନେକ ଲିଚୁ ଦେଖି ସତର୍କ ହୋଇଯାଆନ୍ତୁ।
ଚୋପାରୁ ତିହ୍ନନ୍ତୁ
ଅସଲି ଲିଚୁ ଚୋପା କଣ୍ଟାଭଳି ହୋଇଥାଏ। ଯାହାକୁ ସ୍ପର୍ଷ କଲେ ଟାଣ ଲାଗେ। ନକଲୀ ଓ କେମିକାଲ ଯୁକ୍ତ ଲିଚୁ ର ଚୋପା ଚିକ୍କଣିଆ, ନରମ ଓ ନିର୍ଜୀବ ଲାଗେ। ଅସଲି ଲିଚୁକୁ ଛୁଇଁ ଏହା କେତେ ତାଜା ତାହା ଜାଣି ହୋଇଯାଏ।
ବାସ୍ନାରୁ ଚିହ୍ନନ୍ତୁ
ଅସଲୀ ଲିଚୁ ଏହାର ବାସ୍ନାରୁ ଜଣାପଡିଯାଏ। ଏଥିରୁ ହାଲୁକା ମିଠା ଓ ପ୍ରାକୃତିକ ସୁଗନ୍ଧ ଆସିଥାଏ। ନକଲୀ ଓ କେମିକାଲରେ ପାଚିଥିବା ଲିଚୁ କେବେ କେବେ କଡ଼ା ଓ କେମିକାଲ ବାସ୍ନା ଆସିଥାଏ। ବାସ୍ନାରୁ ମଧ୍ୟ ଆପଣ ଅନେକାଂଶରେ ଅସଲି ଓ ନକଲୀ ଲିଚୁ ଚିହ୍ନି ଯିବେ।
ଏହାର ମଞ୍ଜିକୁ ଦେଖି ଜାଣିଯିବେ
ଅସଲି ଲିଚୁର ଭିତର ଅଂଶ ଧଳା ଦେଖାଯାଏ ଏହା ନରମ ଓ ରଶାଳ ହୋଇଥାଏ। ଏଥିରୁ ବଡ଼ କଳା ମଞ୍ଜି ବାହାରିଥାଏ। ନକଲୀ ବା କେମିକାଲରେ ପଚା ଯାଇଥିବା ଲିଚୁର ଭିତର ଅଂଶ ଇସତ ହଳଦିଆ, ରବର ଭଳି ଓ ଏତେ ରଶାଳ ହୋଇ ନଥାଏ। ଚୋପା ଛଡାଇବା ପରେ ଯଦି ଭିତରେ ଫଳ ଅଜବ ଓ ବେରଙ୍ଗ ଲାଗେ ତେବେ ଏହା ନକଲୀ ହୋଇପାରେ।
ୱାଟର ଟେଷ୍ଟ
ଲିଚୁକୁ କିଣିବା ପୂର୍ବରୁ ଏହାକୁ ପାଣିରେ ପକାନ୍ତୁ। ଯଦି ଏଥିରେ ରଙ୍ଗ ଚଢିଥାଏ ତେବେ କିଛି ସମୟ ପରେ ଏଥିରୁ ରଙ୍ଗ ବାହାରିବା ଆରମ୍ଭ ହୋଇଯିବ। ଅସଲି ଲିଚୁ ରଙ୍ଗ ଛାଡିବନି ଓ ଏଚାର ଚୋପା ପାଣିରେ ସେହିପରି ରହିବ। ଏହି ଘରୋଇ ପରୀକ୍ଷା ଅସଲି ଫଳ ଚିହ୍ନିବାରେ ବେଶ୍ ସହାୟକ ହୋଇଥାଏ।