ପରକିୟା ପ୍ରୀତୀ ପ୍ରସଙ୍ଗରେ ପୁରୁଷଙ୍କୁ ଦୋଷୀ ସାବ୍ୟସ୍ତ କରିବା ମୌଳିକ ଅଧିକାରର ହନନ ବୋଲି କହିଛନ୍ତି ସୁପ୍ରିମକୋର୍ଟ
Published By : Prameya-News7 Bureau | August 02, 2018 IST
ପରକିୟା ପ୍ରୀତୀ ପ୍ରସଙ୍ଗରେ କେବଳ ପୁରୁଷଙ୍କୁ ଦୋଷୀ ସାବ୍ୟସ୍ତ କରିବା ମୌଳିକ ଅଧିକାରର ହନନ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ଧାରା ୧୪ର ଏହା ଉଲ୍ଲଂଘନ ବୋଲି କହିଛନ୍ତି ସୁପ୍ରିମକୋର୍ଟଙ୍କ ୫ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ। ଏହି ପ୍ରସଙ୍ଗରେ ଜୋସେଫ ଶିନେ ଆବେଦନ କରିଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ଏମିତି କହିଛନ୍ତି ସାମ୍ବିଧାନିକ ଖଣ୍ଡପୀଠ। ବିଚାରତପତି ଦୀପକ ମିଶ୍ର, ବିଚାରପତ ଆର ଏଫ ନରିମାନ,ବିଚାରପତି ଏ ଏମ ଖାନୱିଲକର,ବିଚାରପତି ଡି ୱାଇ ଚନ୍ଦ୍ରଚୂଡ, ବିଚାରପତି ଇନ୍ଦୁ ମାଲହୋତ୍ରାଙ୍କୁ ନେଇ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣିବେଳେ ଏହାକୁ ସୁପ୍ରିମକୋର୍ଟଙ୍କ ସାତଜଣିଆ ଖଣ୍ଡପୀଠରେ ଶୁଣାଣି କରିବାକୁ ବିଚାର କରିଥିଲେ। ତେବେ ମତ ପରିବର୍ତ୍ତନ କରି ଏବେ ୫ ଜଣିଆ ଖଣ୍ଡପୀଠରେ ଏହାର ଶୁଣାଣି ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
ପୀଠ କହିଛନ୍ତି, ଅନ୍ୟ ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କ ସହିତ ଅନୈତିକ ସମ୍ପର୍କ ସ୍ଥାପନ କରିଥିବା ପୁରୁଷଙ୍କୁ ଦୋଷୀ ଘୋଷଣା କରୁଥିବା ଭାରତୀୟ ପିଙ୍ଗଳ କୋର୍ଡ ଧାରା ୪୯୭ରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ତେବେ ଏହି ଧାରାରେ ଅନୈତିକ ସମ୍ପର୍କ ସ୍ଥାପନ କରୁଥିବା ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରାବଧାନ ନାହିଁ। ଏଣୁ ଧାରା ୪୯୭ ଲିଙ୍ଗଗତ ସମାନତା ଅଧିକାରର ଉଲ୍ଲଙ୍ଘନ କରୁଛି କି ନାହିଁ ତାହା ଉପରେ ପୀଠ ବିଚାର କରିବେ ବୋଲି ପୀଠ ସ୍ପଷ୍ଟ କରିଛନ୍ତି।
ପରକୀୟ ପ୍ରୀତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ୪ ଜଣିଆ ଖଣ୍ଡପୀଠ ୧୯୫୪ରେ ସମ୍ବିଧାନର ଧାରା ୪୯୭କୁ ବୈଧତାକୁ କାଏମ କରିଥିଲେ। ଏଥିପାଇଁ ସମ୍ବିଧାନର ଧାରା ୧୫ ର ଯୁକ୍ତି ବାଢିଥିଲେ. ସମ୍ବିଧାନର ଧାରା ୧୫ ଅନୁଯାୟୀ ମହିଳା ଓ ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର ଆଇନ ବ୍ୟବସ୍ଥା ରହିଥିବା ଯୁକ୍ତ ରଖିଥିଲେ ।