ନୂଆଦିଲ୍ଲୀ: ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜକୁ ମଙ୍ଗଳବାର ଓ ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜକୁ ଗୁରୁବାର ଡେରିଭେଟିବ୍ସ ଏକ୍ସପାଏରୀ ପାଇଁ ସେବିଠାରୁ ମଞ୍ଜୁରି ମିଳିଛି । ଏନ୍ଏସ୍ଇର ଚିଫ୍ ବିଜେନସ୍ ଅଫିସର ଶ୍ରୀରାମ କୃଷ୍ଣନ କହିଛନ୍ତି, 'ଯଦି ଆପଣ ଏହାକୁ ଓଲଟାଇ ଦେଖିବେ ଓ ଏନ୍ଏସ୍ଇ ଏକ୍ସପାଏରୀ ମଙ୍ଗଳବାର ସ୍ଥିର ହୋଇଛି, ତେବେ ଏହା ଆମ ପାଇଁ ବଡ଼ ପଜିଟିଭ ଅଟେ । ମାର୍କେଟ୍ ଇକୋ ସିଷ୍ଟମ୍ ଏହା ହିଁ ଡିମାଣ୍ଡ କରୁଥିଲା । ପୂର୍ବରୁ ଆମକୁ ଏଥିପାଇଁ ସକାରାତ୍ମକ ମତାମତ ମିଳିସାରିଛି ।'
ସେ କହିଛନ୍ତି, 'ଆମ ପାଖରେ ସୁଯୋଗ ଥିଲା, ତଥାପି ଆମେ କେବେ ବି ଆମର ଏକ୍ସପାଏରୀ ଦିନ ପରିବର୍ତ୍ତନ କରିନଥିଲୁ । ଯେତେବେଳେ ଅନ୍ୟ ଏକ୍ସଚେଞ୍ଜ ଶୁକ୍ରବାରରୁ ମଙ୍ଗଳବାର ଶିଫ୍ଟି କରିଥିଲେ, ସେତେବେଳେ ଆମେ କୌଣସି ପରିବର୍ତ୍ତନ କରିନଥିଲୁ । ପ୍ରଥମେ ଆମେ ସୋମବାର ଉପରେ ବିଚାର କରିଥିଲୁ, କିନ୍ତୁ ଫିଡବ୍ୟାକ୍ ପରେ ମଙ୍ଗଳବାର ବାଛିଲୁ । ଏବେ ଏହାକୁ ମଞ୍ଜୁରି ମିଳିଛି ।'
ଗ୍ଲୋବାଲ ବ୍ରୋକରେଜ୍ ଫାର୍ମା ଗୋଲ୍ଡମ୍ୟାନ୍ ସାକ୍ସ ନିଜ ରିପୋର୍ଟରେ କହିଛି, ସେବିର ଏହି ନିଷ୍ପତ୍ତି ବିଏସଇ ପାଇଁ ଏକ 'ବାଇନରୀ ଇଭେଣ୍ଟ' ହୋଇପାରେ । ଏଥିରେ ଲାଭ ସୀମିତ କିନ୍ତୁ ବଡ଼ କ୍ଷତି ହୋଇପାରେ । ବ୍ରୋକରେଜ୍ ଫାର୍ମା ବିଏସ୍ଇରେ ନ୍ୟୁଟ୍ରଲ୍ ରେଟିଂ ବଜାୟ ରଖିଛି । ଗୋଲ୍ଡମ୍ୟାନ ସାକ୍ସ ଅନୁସାରେ, ଯଦି ବିଏସ୍ଇ ନିଜର ମଙ୍ଗଳବାର ଏକ୍ସପାଏରୀ ବଜାୟ ରଖେ, ତେବେ ଏହାର ମାର୍କେଟ୍ ଅଂଶଧନ ପ୍ରାୟ ସ୍ଥିର ରହିଥାନ୍ତା । କିନ୍ତୁ ଏବେ ଗୁରୁବାରକୁ ଶିଫ୍ଟ ହେବା କାରଣରୁ ଏହାକୁ ପ୍ରାୟ ୩ ପ୍ରତିଶତ ମାର୍କେଟ୍ ସେୟାର ହରାଇବାକୁ ପଡ଼ିପାରେ ।
ଡେରିଭେଟିବ୍ସ ଏକ୍ସପାଏରୀ କ'ଣ ?
ସେୟାର ବଜାରରେ ଏକ୍ସପାଏରୀ ସେହି ଦିନକୁ କୁହାଯାଇଥାଏ, ଯେଉଁ ଦିନ ଡେରିଭେଟିବ୍ସ କନଟ୍ରାକ୍ଟ (ଯେପରି କି ଅପ୍ପନ କିମ୍ୱା ଫ୍ୟୁଚର୍ସ-F&O)ର ବୈଦ୍ଧତା ଶେଷ ହୁଏ । ଏହି ଦିନ ସୁଦ୍ଧା ଟ୍ରେଡର୍ସଙ୍କୁ କନଟ୍ରାକ୍ଟ ବିକ୍ରି କରିବାକୁ ପଡ଼ିବ କିମ୍ୱା ତାର ସେଟେଲ୍ମେଣ୍ଟ କରିବାକୁ ପଡ଼ିବ । ଏକ୍ସପାଏରୀ ଦିନ କନଷ୍ଟ୍ରାକ୍ଟ ମୂଲ୍ୟରେ ବଡ଼ ଧରଣର ଉତ୍ଥାନ-ପତନ ଦେଖିବାକୁ ମିଳିଥାଏ । କାରଣ ନିବେଶକ ନିଜର ପୋଜିସନ୍ କ୍ଲୋଜ୍ କରନ୍ତି କିମ୍ୱା ରୋଲଓଭର କରନ୍ତି ।