ଚଢ଼ଉ ବେଳେ ହଟହଟା ହେଲେ ଅବକାରୀ କର୍ମଚାରୀ; ଥାନାରେ ମକଦ୍ଦମା ରୁଜୁ, ଜଣେ ଗିରଫ

Published By : Prameya-News7 Bureau | December 01, 2022 IST

ଆଠମଲ୍ଲିକ ୦୧/୧୨: ଚଢ଼ଉ କରିବାକୁ ଯାଇ ଆକ୍ରମଣର ଶୀକାର ହେଲେ ଆଠମଲ୍ଲିକ ଅବକାରୀ କର୍ମଚାରୀ। ଏନେଇ ଠାକୁରଗଡ ଥାନାରେ ଅଭିଯୋଗ କରିଛନ୍ତି ବିଭାଗୀୟ ଅଧିକାରୀ। ଘଟଣାରେ  ଉଭୟଙ୍କ ପକ୍ଷରୁ ଦୁଇଟି ଭିନ୍ନ ମକଦ୍ଦମା ରୁଜ କରାଯାଇଛି। ଏହି ଘଟଣାରର ସତ୍ୟାସତ୍ୟ ଜାଣିବାକୁ ତଦନ୍ତ ଜାରି ରହିଛି ବୋଲି ଠାକୁଗରଡ଼ ଥାନାଧିକାରୀ ପିତାମ୍ବର ମଲିକ।  

ଖବର ଅନୁସାରେ, ଠାକୁରଗଡ଼ ଥାନା ଅନ୍ତର୍ଗତ ଆରାମପୁର ଗାଁରେ ଦେଶୀ ମଦ ରନ୍ଧା ହେବା ଖବରପାଇ ଆଠମଲ୍ଲିକ ଅବକାରୀ ଅଧିକାରୀ ସକାଳେ ଉର୍ବଶି ମାଝୀଙ୍କ ଘରେ ପଶିଥିଲେ। ଜୋତା ପିନ୍ଧି ପଶିବାରୁ ଉର୍ବଶୀ ଏହା ବାରଣ କରିଥିଲେ। ପୁଅ ବୋହୁକୁ ମାଡ଼ମାରିବା ଓ ଉର୍ବଶୀଙ୍କୁ ଘୋସାରି ଗାଡିରେ ବସାଇବାବେଳେ ଉର୍ବଶୀଙ୍କ ହାତ ଭଙ୍ଗିଯିବାରୁ ଗାଁଲୋକମାନେ ଏହା ବିରୋଧ କରିଥିଲେ। ଅନ୍ୟପଟେ ଅବକାରୀ ବିଭାଗ ପକ୍ଷରୁ ଘଟଣାରେ ଲିପୁନ ମାଝୀ ନାମକ ବ୍ୟକ୍ତିଙ୍କୁ ଗିରଫ କରଯାଇଛି ବୋଲି ଆଠମଲ୍ଲିକ ଅବକାରୀ ଅଧିକାରୀ  ଧରଣୀଧର ପ୍ରଧାନ ପ୍ରକାଶ କରିଛନ୍ତି।

ସେପଟେ ମିଳିଥିବା ଖବର ଅନୁସାରେ ଆଠମଲ୍ଲିକର ଜଣେ ବିହାରୀ ଭାଟି ମ୍ୟାନେଜର ବିଭିନ୍ନ ବ୍ୟକ୍ତିମାନଙ୍କ ନାଁରେ  ମିଛ ମାମଲା ଲୋକଙ୍କ ନାଁରେ ଅଭିଯୋଗ ଦେଉଥିବାରୁ ଗୁରୁବାର ଅବକାରୀ ବିଭାଗ ଚଢ଼ଉ କରିବାକୁ ଯାଇ ହଟହଟା ହୋଇ ଫେରିଛି। ନିଜର ବଞ୍ଚାଇବାକୁ ମିଛ  ଅଭିଯୋଗ କରିଥିବାର ଉର୍ବଶୀଙ୍କ ପରିବାର ଲୋକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.