ବିଶ୍ୱକପ୍ ୨୦୧୧ ପାଇଁ ଟିମ୍ ଇଣ୍ଡିଆରେ ଯୁବରାଜଙ୍କୁ ସ୍ଥାନ ଥିଲା ଅସ୍ପଷ୍ଟ, ଗ୍ୟାରି କର୍ଷ୍ଟେନ କଲେ ବଡ଼ ଖୁଲାସା

Published By : Prameya-News7 Bureau | July 18, 2025 IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ପାଇଁ ୨୦୧୧ ବିଶ୍ୱକପର ସବୁଠୁ ବଡ଼ ହିରୋ କିଏ ? ସମସ୍ତଙ୍କ ଉତ୍ତର ନିଶ୍ଚତ ଭାବେ ଯୁବରାଜ ସିଂହ ହେବେ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ମହାନ ଅଲରାଉଣ୍ଡରଙ୍କ ସ୍ଥାନ ଟିମରେ ପକ୍କା ନଥିଲା । ଏହା ଖୁଲାସା ଆଉ କେହି ନୁହେଁ, ବରଂ ଟିମ୍ ଇଣ୍ଡିଆକୁ ୱାଲର୍ଡ କପ୍ ୨୦୧୧ ବିଜୟୀ କରାଇବାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ମୁଖ୍ୟ କୋଚ୍ ଗ୍ୟାରି କର୍ଷ୍ଟେନ କରିଛନ୍ତି । ଗ୍ୟାରି କର୍ଷ୍ଟେନ କହିଛନ୍ତି ଯେ ଯୁବରାଜ ସିଂହଙ୍କ ଚୟନ ଅଭ୍ୟନ୍ତରୀଣ ବିତର୍କର ବିଷୟ ଥିଲା । ତାଙ୍କୁ ଟିମ୍‌ରେ ରଖାଯିବ କି ନାହିଁ ତାହା ଉପରେ ସ୍ପଷ୍ଟତା ନଥିଲା । ତେବେ କର୍ଷ୍ଟେନ ଓ ଅଧିନାୟକ ଏମ୍‌ଏସ୍ ଧୋନୀ ମହାନ ଅଲାରାଉଣ୍ଡରକୁ ସମର୍ଥନ କରିଥିଲେ ।

ଟିମ୍ ଇଣ୍ଡିଆ ୨୦୧୧ରେ ବିଶ୍ୱକପ୍ ଜିତି ୨୮ ବର୍ଷର ଅପେକ୍ଷା ଶେଷ କରିଥିଲା । ଏହା ପୂର୍ବରୁ ଭାରତ ୧୯୮୩ରେ ବିଶ୍ୱ ଚାମ୍ପିଅନ ହୋଇଥିଲା । ମୁମ୍ୱାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଭାରତ ଚାମ୍ପିଅନ ହୋଇଥିଲା । ଏହି ବିଶ୍ୱକପରେ ବ୍ୟାଟ୍ ଓ ବଲରେ ଦମଦାର ପ୍ରଦର୍ଶନ କରି ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ହୋଇଥିଲେ । ସେ ଟୁର୍ଣ୍ଣାମେଣ୍ଟରେ ୩୬୨ ରନ୍ କରିବା ସହ ୧୫ ୱିକେଟ୍ ନେଇଥିଲେ । ତେବେ ଏହି ପ୍ରଦର୍ଶନ ପଛରେ ତାଙ୍କର କଠିନ ପରିଶ୍ରମ ଓ ବ୍ୟକ୍ତଗତ ପରିବର୍ତ୍ତନର କାହଣୀ ମଧ୍ୟ ରହିଛି ।

ରେଡିଫ୍ ସହ ସାକ୍ଷତାକାରରେ ଗ୍ୟାରି କର୍ଷ୍ଟେନ କହିଛନ୍ତି, ସୌଭାଗ୍ୟକୁ ଆମେ ତାଙ୍କୁ ଚୟନ କରିଥିଲୁ, କାରଣ ମୁକାବିଲା ଜୋରଦାର ଥିଲା । ମୁଁ ତାଙ୍କୁ ଟିମରେ ନେବା ପାଇଁ ଇଚ୍ଛୁକ ଥିଲି, ଧୋନୀ ମଧ୍ୟ । କାରଣ ତାଙ୍କ ପାଖରେ ଅନୁଭବ ଥିଲା, ଆଉ ତାଙ୍କ ବିଶ୍ୱକପ ପ୍ରଦର୍ଶନ ସମସ୍ତେ ଦେଖିଲେ । ଯୁବରାଜଙ୍କୁ ମୁଁ ସବୁବେଳେ ପ୍ରସନ୍ଦ କରେ । ବେଳେବେଳେ ଯୁବରାଜ ମୋତେ ବିରକ୍ତ କରାଉଥିଲେ, କିନ୍ତୁ ମୁଁ ତାଙ୍କୁ ପସନ୍ଦ କରେ । ସେ ଜଣେ ଭଲ ଖେଳାଳି । ମୁଁ ଚାହୁଁଥିଲି, ସେ ସବୁବେଳେ ରନ୍ କରନ୍ତୁ, କାରଣ ତାଙ୍କ ବ୍ୟାଟିଂ ଦେଖିବା ସବୁବେଳେ ଉଦ୍ଭୂତ । ଗ୍ୟାରି କର୍ଷ୍ଟେନ ଯୁବରାଜଙ୍କ ଏହି ସଫଳ ଯାତ୍ରାର ଶ୍ରେୟ ଭାରତର ତତ୍କାଳୀନ ମେଣ୍ଟାଲ କଣ୍ଡିସନିଙ୍ଗ କୋଚ୍ ପ୍ୟାଡି ଅପ୍ଟନଙ୍କୁ ଦେଇଛନ୍ତି । ଯୁବରାଜଙ୍କୁ ମାନସିକ ରୂପେ ମଜଭୁତ କରିବା ପାଇଁ ପ୍ୟାଡି ଅନେକ କାମ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.