scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମହିଳା IPS ଅଫିସରଙ୍କୁ ଯୌନ ଶୋଷଣ ମାମଲା, ତାମିଲନାଡୁ ପୂର୍ବତନ ଡିଜିଙ୍କୁ ୩ ବର୍ଷ ଜେଲ୍‌

16/06/2023 at 3:32 PM

ନୂଆଦିଲ୍ଲୀ, ୧୬/୦୬: ମହିଳା ଆଇପିଏସ ଅଧିକାରୀ ଯୌନ ଶୋଷଣ ମାମଲାରେ ତାମିଲନାଡ଼ୁର ପୂର୍ବତନ ଡିଜି ରାଜେଶ ଦାସଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ । ମହିଳା ଆଇପିଏସ ଅଧିକାରୀଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ତାମିଲନାଡ଼ୁର ବିଲ୍ଲୁପୁରମ୍ କୋର୍ଟ ସଶ୍ରମ କାରାଦାଣ୍ଡ ଶୁଣାଇଛନ୍ତି । ୨୦୨୧ ଫେବ୍ରୁଆରୀରେ ମହିଳା ଆଇପିଏସ ଅଧିକାରୀ ନିଜର ବରିଷ୍ଠ ଅଧିକାରୀ ରାଜେଶ ଦାସଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।

ସୂଚନାଥାଉକି, ଫେବ୍ରୁଆରୀ ୨୦୨୧ରେ ତାମିଲନାଡ଼ୁରେ ଏହି ମାମଲା ବେଶ୍ ଚର୍ଚ୍ଚାକୁ ଆସିଥିଲା। ଯେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ପଲାନୀସ୍ବାମୀଙ୍କ ସୁରକ୍ଷାରେ ନିୟୋଜିିତ ରାଜେଶ ଦାସଙ୍କ ଉପରେ ମହିଳା ଆଇପିଏସ ​ଯୌନ ଶୋଷଣ ଅଭିଯୋଗ ହୋଇଥିଲା। ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରାଜେଶ ଦାସଙ୍କୁ ନିଲମ୍ବିତ କରିଥିଲେ। ଏହା ସହ ଯାଞ୍ଚ ପାଇଁ ଛଅ ସଦସ୍ୟ ବିଶିଷ୍ଟ ସମିତି ଗଠନ କରିଥିଲେ।

ଆହୁରି ପଢ଼ନ୍ତୁ: ED କଷ୍ଟୁଡିରେ ତାମିଲନାଡୁର ଶକ୍ତିମନ୍ତ୍ରୀ, ଗିରଫ ବେଳେ କାନ୍ଦିଲେ: ଛାତିରେ ଯନ୍ତ୍ରଣା ହେତୁ ହସ୍ପିଟାଲରେ ଭର୍ତ୍ତି

ଅଭିଯୋଗ ହୋଇଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଲିନୀସ୍ବାମୀଙ୍କ ସୁରକ୍ଷା ସମୟରେ ଡ୍ୟୁଟିରେ ଥିଲେ ଏବଂ ଉଭୟ ଏକାଠି କାର୍ ରେ ଯାଉଥିଲେ , ସେହି ସମୟରେ ଏହି ଘଟଣା ଘଟିଥିଲା। ଏହି ମାମଲାରେ ତାମିଲନାଡୁ ସରକାର ରାଜେଶ ଦାସଙ୍କୁ ନିଲମ୍ବିତ କରିଥିଲେ । ଏହାସହ ତଦନ୍ତ ପାଇଁ ଏକ ୬ଜଣିଆ କମିଟି ମଧ୍ୟ ଗଠନ କରିଥିଲେ

ଏହି ମାମଲା ୨୦୨୧ରେ ନିର୍ବାଚନୀ ପ୍ରସଙ୍ଗ ମଧ୍ୟ ହୋଇଥିଲା। ବରୋଧୀ ତତ୍କାଳନୀ ନେତା ଏମକେ ଷ୍ଟାଲିନ୍‌ ସତ୍ତାରେ ଆସିବା ପରେ ଆଇନ ଅନୁଯାୟୀ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ନେଇ ଆଶ୍ବସନା ଦେଇଥିଲା।

ଆହୁରି ପଢ଼ନ୍ତୁ: ବିନା ଅନୁମତିରେ ତାମିଲନାଡୁରେ ତଦନ୍ତ କରିପାରିବନି ସିବିଆଇ, ସହମତି ଫେରାଇ ନେଲେ ସିଏମ୍ ଷ୍ଟାଲିନ୍

   Related Posts