୫୦ କୋଟିର ଠକେଇ ମାମଲା, ୱେ ଟୁ ଆଡ କଂପାନୀର ମାଲିକ ମୋହନ ପରିଡା ଗିରଫ

Published By : Prameya-News7 Bureau | May 28, 2024 IST

ଭୁବନେଶ୍ବର ୨୮/୫: ୫୦ କୋଟି ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ EOWକୁ ସଫଳତା । ୱେ ଟୁ ଆଡ କଂପାନୀର ମାଲିକ ମୋହନ ପରିଡାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି  EOW । ୩ମାସରେ ୨ଗୁଣା ଟଙ୍କା ହେବାର ଲୋଭନୀୟ ଅଫର ଦେଇ ଲୋକଙ୍କଠାରୁ ନେଇଥିଲା ଟଙ୍କା । 

ପ୍ରଥମେ ପ୍ରଥମେ କିଛି ଜମାକାରୀ କଂପାନୀଠାରୁ ଟଙ୍କା ପାଇବା ପରେ ଅଧିକ ଟଙ୍କା ଲଗାଇ ଥିଲେ । ଏମିତି ଲୋକଙ୍କ ବିଶ୍ବାସ ଜିତି ପ୍ରାୟ ୫୦ କୋଟି ଟଙ୍କା ଧରି ଫେରାର ହୋଇଯାଇଥିଲା ମୋହନ । କ୍ରାଇମବ୍ରାଞ୍ଚ EOWରେ ମାମଲା ରୁଜୁ ପରେ ତନାଘନା କରିଥିଲେ ଅଧିକାରୀ । ତଦନ୍ତ ପରେ ସମସ୍ତ ପ୍ରମାଣ ଆଧାରରେ ମୋହନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.