ପୁଅର କ୍ୟାନସର ଭଲ ହେବାପରେ ଭାବୁକ ହୋଇ ଉଠିଲେ ଇମ୍ରାନ ହାଶମୀ, ସମସ୍ତଙ୍କୁ ଜଣାଇଲେ ଧନ୍ୟବାଦ
15/01/2019 at 4:20 PM

ମୁମ୍ବାଇ ୧୫|୦୧: ବହୁତ ଦିନ ପରେ ଅଭିନେତା ଇମ୍ରାନ ହାଶମୀଙ୍କ ଜୀବନରେ କିଛି ଭଲ ଘଟଣା ଘଟିଛି। ଇମ୍ରାନଙ୍କ ପୁଅ କ୍ୟାନସର ପୀଡିତ ଥିଲେ କିନ୍ତୁ ଏବେ ସେ ଏହି ମାରାତ୍ମକ ରୋଗରୁ ମୁକ୍ତ। କ୍ୟାନସର ଠିକ୍ ହୋଇଯାଇଥିବାରୁ ଇମ୍ରାନ ଦର୍ଶକଙ୍କୁ ନିଜ ଖୁସି ପ୍ରକାଶ କରିଥିଲେ। ତାଙ୍କ ପୁଅର ଠିକ୍ ହେବା ସୂଚନା ସେ ସୋସିଆଲ ମିଡିଆରେ ଦେଇଥିଲେ। ଦର୍ଶକଙ୍କ ପ୍ରାର୍ଥନା ଓ ଭଲ ପାଇବାର ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଅନେକ କଷ୍ଟର ସାମ୍ନା କରିଥିଲେ କିନ୍ତୁ ଶେଷରେ ଭଗବାନ ସାହା ହେଲେ ବୋଲି ଇମ୍ରାନ କହିଛନ୍ତି।

୧୯୭୯ ମସିହା ମାର୍ଚ ୨୪ ତାରିଖରେ ଇମ୍ରାନଙ୍କ ଜନ୍ମ ମହାରାଷ୍ଟ୍ରରେ ହୋଇଥିଲା। ବଲିଉଡରେ ଇମ୍ରାନ ହାଶମୀଙ୍କୁ ବଲିଉଡର ସିରିଏଲ କିସ୍ସର ବୋଲି କୁହାଯାଏ। ବିକ୍ରମ ଭଟ୍ଟଙ୍କ ଫିଲ୍ମ “ଥ୍ରୀଲର ଫୁଟପାଥ” ରୁ ହାସମୀ ନିଜ କ୍ୟାରିଅର ଆରମ୍ଭ କରିଥିଲେ। କିନ୍ତୁ ସିରିଏଲ କିସ୍ସର ଏବେ ତାଙ୍କ ଇମେଜକୁ ନେଇ ଖୁବ ସତର୍କ ରହୁଛନ୍ତି। ମର୍ଡର ଫିଲ୍ମର ସିନ୍ ପରେ ଇମ୍ରାନ ଓ ମଲାଇକା ଖୁବ ଚର୍ଚ୍ଚାରେ ଥିଲେ।

ଇମ୍ରାନ ହାଶମୀଙ୍କ ଫିଲ୍ମ ହ୍ୱାଏ ଚୀଟ ଇଂଡିୟାର ନା ପ୍ରଥମେ ଚୀଟ ଇଂଡିୟା ଥିଲା। ସିବିଏଫସି ଫିଲ୍ମର ଟାଇଟେଲ ବଦଳାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫିଲ୍ମକୁ ନୂଆ ରିଲିଜ ଡେଟ ମିଳିଲା ଏବଂ ଜାନୁଆରୀ ୧୮ ତାରିଖରେ ଫିଲ୍ମ ରିଲିଜ ହେବ। ରାଜ ଠାକରେଙ୍କ ଜୀବନ ଉପରେ ଆଧାରିତ ଠାକରେ ଓ ଚୀଟ ଇଂଡିୟା ଜାନୁଆରୀ ୨୫ ତାରିଖରେ ରିଲିଜ ହୋଇଥାନ୍ତା। କିନ୍ତୁ ଠାକରେ ଚଳଚ୍ଚିତ୍ରର ନିର୍ମାତାମାନେ ବାୟୋପିକର ସୋଲୋ ରିଲିଜ ଚାହୁଁଥିଲେ। ତେଣୁ ଚୀଟ ଇଂଡିୟା ଟିମକୁ ରିଲିଜ ଡେଟ ବଦଳାଇବାକୁ ହେଲା। ପୂର୍ବରୁ ଏହା ଠାକରେ ସହ ଜାନୁଆରୀ ୨୫ ତାରିଖରେ ରିଲିଜ ହୋଇଥାନ୍ତା। କିନ୍ତୁ ଏବେ ଜାନୁଆରୀ ୧୮ ତାରିଖରେ ରିଲିଜ ହେବ। ଇମ୍ରାନ ହାଶମୀଙ୍କ ଟ୍ୱିଟ ଦ୍ୱାରା ନିଜ ନୂଆ ଫିଲ୍ମର ରିଲିଜ ଡେଟ ଘୋଷଣା କରିଛନ୍ତି। ଫିଲ୍ମର ତାରିଖ ସହ ନୂଆ ପୋଷ୍ଟର ମଧ୍ୟ ସେଆର କରିଛନ୍ତି।
Related Posts
ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ, ବନ୍ଧୁମାନଙ୍କ ସହ ମନମାଳିନ୍ୟ ଘଟିପାରେ
29 January 2023
କମାଲ୍ କରୁଛି ପଠାନ: ୪ ଦିନରେ ୪୦୦ କୋଟି
29 January 2023
ରେକର୍ଡ କରୁଛି ପଠାନ, ୫ ଦିନରେ ବଲିଉଡର ଟପ୍ ୧୦ରେ କରିବ ଏଣ୍ଟ୍ରି !
29 January 2023