EPAM ସିଷ୍ଟମରୁ ବାହାରିବେ ୧୦୦ ଭାରତୀୟ କର୍ମଚାରୀ, ଦିଆଯାଇଛି ଛଟେଇ ନୋଟିସ୍, ପ୍ରତ୍ୟାହାର ହୋଇଛି ଅଫର ଲେଟର

Published By : Prameya-News7 Bureau | October 03, 2022 IST

ନୂଆଦିଲ୍ଲୀ ୩।୧୦: ଆମେରିକୀୟ ସିଷ୍ଟମ ସଫ୍ଚୱେର କମ୍ପାନୀ ଇପିଏଏମ ସିଷ୍ଟମସ୍ ପ୍ରାୟ ୧୦୦ ଜଣ ଭାରତୀୟ କର୍ମଚାରୀଙ୍କୁ ଇସ୍ତଫା ଦେବା ପାଇଁ କହିଛନ୍ତି। ସେହିପରି ଆସନ୍ତା କିଛି ମାସରେ ଯୋଗ ଦେବାକୁ ଥିବା କର୍ମଚାରୀଙ୍କ ଅଫର ଲେଟର ମଧ୍ୟ କମ୍ପାନୀ ପ୍ରତ୍ୟାହାର କରିଛନ୍ତି। ସୂତ୍ରରୁ ମିଳୁଥିବା ସୂଚନାରେ କମ୍ପାନୀ ସେହି କର୍ମଚାରୀଙ୍କୁ ଇସ୍ତଫା ଦେବାକୁ କହିଛନ୍ତି ଯେଉଁମାନେ କୌଣସି ନିର୍ଦ୍ଧିଷ୍ଟ ପ୍ରୋଜେକ୍ଟରେ କାମ କରୁନଥିଲେ।

ସେହିପରି ଇସ୍ତଫା ଦେବାକୁ କୁହାଯାଇଥିବା କର୍ମଚାରୀମାନେ କେବଳ ଇପିଏଏମ ସିଷ୍ଟମର ନୁହନ୍ତି ଏଥିରେ ଇପିଏଏମ ଏନିହ୍ୱେରର କର୍ମଚାରୀ ମଧ୍ୟ ଅଛନ୍ତି। କମ୍ପାନୀର ଉଭୟ ସଂସ୍ଥାରୁ ୧୦୦ କର୍ମଚାରୀଙ୍କୁ ଛଟେଇ କରିବା ଲାଗି ନୋଟିସ୍ ଜାରି  କରିଛନ୍ତି। ଯେଉଁ କର୍ମଚାରୀମାନେ ଟେଷ୍ଟିଂ, ଡଟ୍ ନେଟ୍, ଡେଭ ଅପସ୍ ଓ ଜାଭା ଡୋମେନସ୍‌ରେ କାମ କରୁଥିଲେ ସେମାନଙ୍କୁ ଛଟେଇ ନୋଟିସ୍ ମିଳିଛି।

{"id":691392,"width":842,"height":555,"sizeSlug":"full","linkDestination":"none"}

ନ୍ୟୁୟର୍କ ଷ୍ଟକ୍‌ ଏକ୍ସଚେଞ୍ଜରେ ସୂଚୀଭୁକ୍ତ ଏହି ଆଇଟି ସେବା ପ୍ରଦାନକାରୀ କମ୍ପାନୀ ମାଇକ୍ରୋସଫ୍ଟ ଟିମ୍‌ରେ କାମ କରୁଥିବା କର୍ମଚାରୀଙ୍କ ସହ ସମ୍ପର୍କ କରି ଇସ୍ତଫା ଦେବା ନିମନ୍ତେ ସେମାନଙ୍କୁ ବିକଳ୍ପ ଦେଇଥିଲେ। ଏଥିରେ ୩ମାସର ଦରମା ସହ ତୁରନ୍ତ ଚାକିରୀରୁ ବାହାରିଯିବାକୁ ପ୍ରଥମ ବିକଳ୍ପ ଦିଆଯାଇଥିବାବେଳେ ଅନ୍ୟଟିରେ ୨ ମାସର ନୋଟିସ ସହ କାର୍ଯ୍ୟ କରିବାକୁ କହିଛନ୍ତି। ଯାହା ଦ୍ୱାରା କର୍ମଚାରୀ ସେମାନଙ୍କ ନୋଟିସ୍ ପିରିୟଡରେ ନିଜ ପାଇଁ ସୁଯୋଗ ଦେଖିପାରିବେ।

କର୍ମଚାରୀଙ୍କୁ ଏଚଆର ମ୍ୟାନେଜର କହିଛନ୍ତିଯେ ଚାହିଦାକୁ ଠିକ ରୂପେ ବୁଝି ନପାରୀ ଅଧିକ କର୍ମଚାରୀଙ୍କୁ ନିଯୁକ୍ତ କରିଦିଆଯାଇଛି। ଏହା ଛଡା ନିକଟ ଭବିଷ୍ୟତରେ କୌଣସି ପ୍ରୋଜେକ୍ଟକୁ ପାଣ୍ଠି ଦେବାକୁ କମ୍ପାନୀ ସକ୍ଷମ ନୁହେଁ। ତେବେ ଗତ କିଛି ସପ୍ତାହରେ ଚମକାଇ ଦେବା ଭଳି ହୋଇଥିବା ଛଟେଇରେ ଇପିଏଏମ ଏନିହ୍ୱେରର କର୍ମଚାରୀ ବାହାରିଛନ୍ତି। ପ୍ରଭାବିତ କର୍ମଚାରୀଙ୍କ ମଧ୍ୟରୁ ଜଣେ ହୁଏତ ସଂସାଧନର ଚାହିଦା ହ୍ରାସ ହୋଇଥାଇପାରେ ବୋଲି କହିଛନ୍ତି। ତେବେ ରୋମାନିଆ ଓ ପୋଲାଣ୍ଡରେ କାମ କରୁଥିବା ୟୁକ୍ରେନିୟ କର୍ମଚାରୀଙ୍କୁ ହୁଏତ ପୁଣି କାମରେ ରଖାଯାଇପାରେ ବୋଲି ସେ  କର୍ମଚାରୀ କରିଛନ୍ତି।

{"id":691398,"width":842,"height":632,"sizeSlug":"full","linkDestination":"none"}

ଫାର୍ମର ୨୦୨୧ ବାର୍ଷିକ ରିପୋର୍ଟ ଅନୁସାରେ ଇପିଏଏମ ସିଷ୍ଟମରେ କେବଳ ଭାରତରେ ୪ହଜାର ୩୪୯ ଜଣ ପ୍ରଫେସନାଲ କାମ କରୁଥିଲେ। କର୍ମଚାରୀଙ୍କ ଏହି ସଂଖ୍ୟା ୟୁକ୍ରେନ, ବେଲାଋଷ ଓ ଋଷିଆ ପରେ ସର୍ବାଧିକ ଥିଲା। ତେବେ ଆଇଟି କମ୍ପାନୀମାନଙ୍କରେ ଛଟେଇର ଏହା ପ୍ରଥମ ମାମଲା ନୁହେଁ। ବିଭିନ୍ନ ରିପୋର୍ଟରୁ ଏଚସିଏଲ ଟେକ୍ ମାଇକ୍ରୋସଫ୍ଟ ପ୍ରୋଜେକ୍ଟରେ କାମ କରୁଥିବା ୩୫୦ କର୍ମଚାରୀଙ୍କୁ ଛଟେଇ କରିଥିଲେ। ଏହି ଛଟେଇ  ଭାରତ, ଗ୍ୱାଟେମାଲା ଓ ଫିଲପାଇନ୍ସ ସମେତ ବୈଶ୍ୱିକସ୍ତରରେ ହୋଇଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.