ପରିତ୍ୟକ୍ତ ଗଡ଼ିଆରେ ଦୁଇ ହାତୀ, ପାଚିଲା ଧାନ ଖାଇବାକୁ ଆସି ଖସିପଡିଲେ
8/12/2022 at 10:19 AM

ବାରିପଦା ୦୮/୧୨: କୁଳିଅଣା ଫୋରେଷ୍ଟ ରେଞ୍ଜ ଅନ୍ତର୍ଗତ ଅଦାପାଳ ନିକଟରେ ଏକ ପରିତ୍ୟକ୍ତ ଗଡ଼ିଆ ରେ ପଡିଲେ ଦୁଇ ହାତୀ । ପାଚିଲା ଧାନ ଖାଇବା ଲାଗି କିଛିଦିନ ଧରି ଶିମିଳିପାଳ ର ଏକ ହାତୀପଲ ସେହି ଅଞ୍ଚଳରେ ରହି ଆସୁଥିଲେ ।
ଗତ ରାତିରେ ଧାନ ଖାଇବାକୁ ଆସି ଏହି ପରିତ୍ୟକ୍ତ ଗାଡିଆରେ ୬ଟି ହାତି ପଡି ଯାଇଥିଲେ । ହେଲେ ୪ଟି ବୟସ୍କ ହାତୀ ନିଜେ ସେଠାରୁ ବାହାରି ଯାଇଥିବା ବେଳେ ୨ଟି ଅଳ୍ପ ବୟସ୍କ ହାତୀ ଉଠିପାରି ନାହାନ୍ତି । ବର୍ତ୍ତମାନ ବନବିଭାଗ ଦ୍ୱାରା ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗାଡିଆର ଗଭୀରତା କମ ରହିଥିବାରୁ ଅଳ୍ପସମୟ ମଧ୍ୟରେ ହାତୀ ଦୁଇଟି କୁ ଉଦ୍ଧାର କରି ଜଙ୍ଗଲରେ ଛଡାଯିବ ବୋଲି ବନ ବିଭାଗ ସୂଚନା ଦେଇଛି।
Related Posts
ଡିଭାଇଡରରେ ପିଟି ହେଲା ବସ୍, ଗାଡ଼ିରେ ଥିଲେ ୨୦ରୁ ଅଧିକ ଯାତ୍ରୀ
30 January 2023
ସୁପାରି ନା ବ୍ୟକ୍ତିଗତ ରାଗ ? ନବ ଦାସଙ୍କ ମୃତ୍ୟୁ ଛାଡିଗଲା ଅନେକ ପ୍ରଶ୍ନ…
30 January 2023