ବଦଳିଛି ୧୪୦୦ ବର୍ଷ ପୁରୁଣା ଡିଜାଇନର ବ୍ରସ : ଏବେ ବଟନ ଦବେଇଲେ ୧୦ ସେକେଣ୍ଡରେ ହେବ ଦାନ୍ତ ସଫା, ମୂଲ୍ୟ ୯୦୦୦ ଟଙ୍କା

Published By : Prameya-News7 Bureau | January 12, 2019 IST

ଲସ ଭେଗାଶ ୧୨/୧ : ଆମେରିକାର  ଲସ ଭେଗାଶ ଠାରେ ୪ ଦିନ ପର୍ଯ୍ୟନ୍ତ ଚାଲିଥିବା କଂଜୟୁମର ଇଲେକ୍ଟ୍ରୋନିକ ଶୋରେ ଫ୍ରେଞ୍ଚ କମ୍ପାନୀ ଫାଷ୍ଟିସ ଏକ ଇଲେକ୍ଟ୍ରୋନିକ ଏକ ଟୁଥ ବ୍ରସ ପ୍ରଦର୍ଶନ   କରିଥିଲା | ଏହି ଟୁଥ ବ୍ରସ ମାତ୍ର ୧୦ ସେକେଣ୍ଡରେ ଦାନ୍ତ ସଫା କରିଦେବ | କମ୍ପାନୀ ସୂଚନା ଅନୁସାରେ ଏହି ସ୍ମାର୍ଟ ଟୁଥ ବ୍ରସକୁ ଦାନ୍ତରେ ଫିଟ କରାଯାଇପାରିବ | ଏହାପରେ ଏକ ବଟନ ଦବାଇ ଦାନ୍ତ ସଫା କରାଯାଇପାରିବ | ବଟନ ଦବେଇବା ପରେ ଟୁଥ ବ୍ରସ ଭାଇବ୍ରେଟ ହେବ ଏବଂ ଦାନର ସଫା ହୋଇଯିବ | ଏହି ଟୁଥ ବ୍ରସର ଆକାର ଇଂରାଜୀ ଅକ୍ଷର ୱାଇ(Y) ଭଳି |

{"id":73142}

ଏହି ଟୁଥ ବ୍ରସରେ ଛୋଟ ଛୋଟ ଲାଇଲନର ବ୍ରିସଲ୍ସ ଲାଗିଛି | ଏହି ବ୍ରସର ଏମିତି ଭାବେ ତିଆରି କରାଯାଇଛି ଯେ, ଏହା ସହଜରେ ଦାନ୍ତରେ ଫିଟ ହୋଇଯିବ |

ଏହି ବ୍ରସରେ ଟୁଥ ପେଷ୍ଟ ଲଗାଇ ପ୍ରଥମେ ୫ ସେକେଣ୍ଡ ତଳ ଦାନ୍ତ ଏବଂ ପରେ ୫ ସେକେଣ୍ଡ ଉପର ଦାନ୍ତରେ ଫିଟ କରିବାକୁ ହେବ | ଏହାପରେ ପାୱାର ସ୍ବୀଚା ଅନ କଲେ ବ୍ରସ ଭାଇବ୍ରେଟ ହେବ ଏବଂ ଦାନ୍ତ ସଫା ହୋଇଯିବ |

ଏହି ଉପାୟରେ ଏହି ଟୁଥ ବ୍ରସ ମାତ୍ର ୧୦ ସେକେଣ୍ଡରେ ଦାନ୍ତ ସଫା କରିଦେବ | ଡେଂଟିଷ୍ଟ ୨ ମିନିଟ ଯାଏଁ ବ୍ରସ କରିବା ପାଇଁ ପରାମର୍ଶ ଦେଇଥାନ୍ତି | କମ୍ପାନୀ ଦାବି କରିଛି ଯେ, ଏହି ବ୍ରସ କେବଳ ୧୦ ସେକେଣ୍ଡରେ ଦାନ୍ତ ସଫା କରୁନାହିଁ ବରଂ ଅନ୍ୟ ବ୍ରସ ତୁଳନାରେ ୧୫ ପ୍ରତିଶତ ଅଧିକ କୀଟାଣୁ ମଧ୍ୟ ମାରିଥାଏ |

{"id":73143}

ଏହି ସ୍ମାର୍ଟ ଟୁଥ ବ୍ରସର ମୂଲ୍ୟ ମଧ୍ୟ ସାଧାରଣ ଟୁଥ ବ୍ରସ ତୁଳନାରେ ବହୁତ ଅଧିକ | କମ୍ପାନୀ ଏହାର ମୂଲ୍ୟ ୯ ହଜାର ଟଙ୍କା ରଖିଛି | ଆସନ୍ତା ଏପ୍ରିଲ ମାସରୁ ଏହି ବ୍ରସର ବିକ୍ରି ଆରମ୍ଭ ହେବ ବୋଲି କମ୍ପାନୀ ସୂଚନା ଦେଇଛି |

ଏହି ସ୍ୱତନ୍ତ୍ର ବ୍ରସକୁ ପିଲାଠୁ ବୟସ୍କ ସମସ୍ତେ ବ୍ୟବହାର କରିପାରିବେ | ପିଲାଠୁ ବୟସ୍କ ସମସ୍ତଙ୍କ ଦାନ୍ତର ଖଞ୍ଚାକୁ ଧ୍ୟାନରେ ରଖି ଏହି ବ୍ରସକୁ ପ୍ରସ୍ତୁତ କରାଯାଇଛି |

{"id":73144}

ସୂଚନାଯୋଗ୍ୟ ଯେ, ଆମେ ବର୍ତମାନ ଯେଉଁ ଟୁଥ ବ୍ରସ ବ୍ୟବହାର କରୁଛି ତାହା ପ୍ରାୟ ୧୪୦୦ ବର୍ଷ ପୁରୁଣା | ସର୍ବ ପ୍ରଥମେ ଚୀନରେ ଟୁଥ ବ୍ରସର ଆବିଷ୍କାର ହୋଇଥିଲା | ସେତେବେଳେ ଚୀନର ଲୋକେ ଦୁଇଟି ବାଉଁଶ ମଝିରେ ପଶୁର ଲୋମକୁ ଲଗାଇ ଦାନ୍ତ ସଫା କରୁଥିଲେ |

{"id":73149}

ଭାରତରେ ମଧ୍ୟ ବହୁ ବର୍ଷ ପୂର୍ବରୁ ଲୋକେ ନିମ କାଠିରେ ଦାନ୍ତ ସଫା କରୁଥିଲେ | ତେବେ ଏହି ନିମ କାଠିର ବ୍ୟବହାର ଲୋକେ ଆଜି ମଧ୍ୟ କରୁଛନ୍ତି | ନିମ କାଠି ଦାନ୍ତ ପାଇଁ ମଧ୍ୟ ବହୁତ ଲାଭଦାୟକ | ବ୍ରସକୁ ନେଇ ମଝି ମଝିରେ ଅନେକ ନୂଆ ନୂଆ ଆବିଷ୍କାର ହୋଇଛି | କିନ୍ତୁ ଏହାର ଡିଜାଇନ କେବେ ବଦଳି ନଥିଲା | କିନ୍ତୁ ଫ୍ରେଞ୍ଚର ଏକ କମ୍ପାନୀ ବ୍ରସର ଡିଜାଇନକୁ ବଦଳାଇ ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.