oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଗୁରୁବାର ପୌର ଭୋଟ୍, ଆଜି ବୁଥ୍‌ ଅଭିମୁଖେ ବାହାରିବେ ପୋଲିଂ ପାର୍ଟି

23/03/2022 at 7:43 AM

ଭୁବନେଶ୍ୱର ୨୩।୦୩: ପୌର ଭୋଟ ପାଇଁ ଚାଲିଛି ସଜବାଜ । ଆଜି ପୋଲିଙ୍ଗ୍ ବୁଥ୍ ଅଭିମୁଖେ ବାହାରିବେ ପୋଲିଙ୍ଗ ପାର୍ଟି । ପୌର ଭୋଟ ପାଇଁ ନିୟୋଜିତ ହେବେ ୨୨ ହଜାର ପୋଲିଂ କର୍ମଚାରୀ। ପ୍ରତ୍ୟେକ ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଂ ଅଫିସର ଏବଂ ୪ ଜଣ ପୋଲିଂ ଅଫିସର ରହିବେ । ସମୁଦାୟ ୧୭ ଶହ ୩୭ ୱାର୍ଡରେ ହେବ ପୌର ପରିଷଦ ନିର୍ବାଚନ । ୪ ହଜାର ୩୭୩ ବୁଥରେ ୪୦ ଲକ୍ଷ ୫୫ ହଜାର ୫୩ ଜଣ ମତଦାତା ମତଦାନ ସାବ୍ୟସ୍ତ କରିବେ ।

ତେବେ ଗୁରୁବାର ସକାଳ ୮ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ । ବିଏମସି ନିର୍ବାଚନ ପରିଚାଳନା ପାଇଁ ବିଜେବି କଲେଜ ପରିସରେର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୋଟ ପାଇଁ ମୁତୟନ ହୋଇଥିବା ଗାଡି ବିଜେବି କଲେଜ ଗ୍ରାଉଣ୍ଡରେ ପହଁଚିଛି । କେଉଁ ଗାଡି କେଉଁ ପୋଲିଙ୍ଗ ବୁଥକୁ ପଠାଯିବ ସେ ନେଇ ଗାଡି ଗୁଡିକୁ ଆଲର୍ଟ କରାଯାଇଛି । ଭୁବନେଶ୍ବରରେ ୬୭ ଟି ୱାର୍ଡରେ ୭୦୫ ବୁଥର ପାଇଁ ୧୫ ଶହ ଜଣ ପ୍ରିଜାଇଡିଂ ଓ ପୋଲିଂ ଅଫିସର ରହିବେ ।

ସେହିପରି ଭୋଟରଙ୍କ ପାଇଁ ସବୁ ବୁଥରେ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯିବ ସହିତ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ହୁଇଲ ଚେୟାର ବ୍ୟବସ୍ଥା କରାଯିବ । ଅତି ସମ୍ବେଦନଶୀଳ ବୁଥରେ ଜଣେ ଏଏସଆଇ ରାଙ୍କର ଅଧିକାରୀଙ୍କୁ ନିୟୋଜିତ ରହିବେ । ଭୁବନେଶ୍ବରର ୬୭ ୱାର୍ଡ ପାଇଁ ହେବ ୭୦୫ ବୁଥ୍। କଟକର ୪୪୯ ବୁଥରେ ମତଦାନ କରିବେ ଭୋଟର । ସମସ୍ତ ବୁଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଥିବା ବେଳେ ମୁତୟନ ହେବେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ।

   Related Posts