ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ, ଅପରାହ୍ନ ୩ଟା ସୁଦ୍ଧା ୫୨.୯୧% ରେକର୍ଡ

Published By : Prameya-News7 Bureau | May 13, 2024 IST

ଭୁବନେଶ୍ବର ୧୩/୫: ଓଡ଼ିଶାରେ ସୁରୁଖୁରୁରେ ଚାଲିଛି ମତଦାନ । ରାଜ୍ୟ ନିର୍ବାଚନ କମିଶନଙ୍କ  ତଥ୍ୟ ଅନୁସାରେ ଅପରାହ୍ନ ୩ଟା ସୁଦ୍ଧା ୫୨.୯୧% ମତଦାନ ହୋଇଛି । ନୂଆପଡ଼ାରେ ସର୍ବାଧିକ ୫୮.୨୫% ଭୋଟିଂ ହୋଇଥିବାବେଳେ ଛତ୍ରପୁରରେ ସର୍ବନିମ୍ନ ୪୧.୬୮% ମତଦାନ ରେକର୍ଡ କରାଯାଇଛି । ଚିକିଟିରେ ୫୦.୧୧%,ଗଜପତିରେ ୪୫.୨୯%, ଗଞ୍ଜାମ ୪୪.୩୯%,କଳାହାଣ୍ଡିରେ ୫୭%, କୋରାପୁଟରେ ୫୩.୨୭% ମାଲକାନଗିରିରେ ୫୩.୬୪%, ନବରଙ୍ଗପୁରେ  ୫୬.୭୬%, ନୂଆପଡ଼ାରେ ୫୮.୨୫%  ଓ ରାୟଗଡ଼ାରେ ୫୩.୬୦% ମତଦାନ ରେକର୍ଡ ହୋଇଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ଶେଷ କରିବାକୁ ପୋଲିଂ ବୁଥ୍ ଗୁଡିକରେ ସୁରକ୍ଷାବ୍ୟବସ୍ଥାକୁ କଡାକଡି କରାଯାଇଛି ।

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.