ବିଧାନସଭା ନିର୍ବାଚନ: ୩ଟା ସୁଦ୍ଧା ମଧ୍ୟ ପ୍ରଦେଶରେ ୬୦%, ଛତିଶଗଡ଼ରେ ୫୫.୩୧% ଭୋଟିଂ

Published By : Prameya-News7 Bureau | November 17, 2023 IST

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ୨୩୦ ଆସନରେ ମତଦାନ ଜାରି ରହିଛି । ମାଓ ପ୍ରବଣ ଅଞ୍ଚଳକୁ ବାଦ୍ ଦେଲେ ଅନ୍ୟ ସବୁ ଆସନରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ଭୋଟିଂ ହେବ । ତେବେ ଅପରାହ୍ଣ ୩ଟା ସୁଦ୍ଧା ମଧ୍ୟ ପ୍ରଦେଶରେ ୬୦.୫୨ ପ୍ରତିଶତ ଭୋଟିଂ ହୋଇଛି । ସବୁଠୁ ଅଧିକ ଶାଜାପୁରରେ ୭୦.୨୭ ପ୍ରତିଶତ ଭୋଟିଂ ହୋଇଛି । ସେହିପରି ଇନ୍ଦୋରରେ ୫୪.୮୯ ପ୍ରତିଶତ, ଭୋପାଳରେ ୪୫.୩୪ ପ୍ରତିଶତ, ଗ୍ୱାଲିୟରରେ ୫୧ ପ୍ରତିଶତ, ଜବଲପୁରରେ ୫୮.୦୯ ପ୍ରତିଶତ ଓ ସହଡୋଲ ଜିଲ୍ଲାରେ ତିନିଟା ସୁଦ୍ଧା ୬୪.୦୩ ପ୍ରତିଶତ ମତଦାନ ହୋଇଛି ।

ଛିନ୍ଦୱାଡା ବିଧାନସଭାର ଶହପୁରାରେ ମତଦାତା ଭୋଟ ବର୍ଜନ କରିଛନ୍ତି । ଦିନ ୨.୩୦ଟା ସୁଦ୍ଧା ଏଠାରେ କେହି ମତଦାତା ଭୋଟ ଦେଇ ନଥିଲେ । ଭୋଟ ବର୍ଜନ ସୂଚନା ମିଳିବା ପରେ ପ୍ରଶାସନିକ ଅଧିକାରୀଙ୍କ ଏକ ଟିମ୍ ଗାଁରେ ପହଞ୍ଚି ଥିଲେ । ମତଦାନ ପାଇଁ ଗ୍ରମବାସୀଙ୍କୁ ସେମାନେ ପ୍ରୋତ୍ସାହିତ କରିଥିଲ, କିନ୍ତୁ କେହି ମଧ୍ୟ ଭୋଟ ଦେବାକୁ ରାଜି ନଥିଲେ ।

ଛତିଶଗଡର ୭୦ ବିଧାନସଭା ଆସନରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ସମସ୍ତ ଆସନରେ ସଂଧ୍ୟା ୫ଟା ଯାଏ ମତଦାନ ହେବ । ଅପରାହ୍ଣ ତିନିଟା ଯାଏ ଛତିଶଗଡରେ ୫୫.୩୧ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ମହାସମୁନ୍ଦରେ ଅପରାହ୍ଣ ୩ଟା ଯାଏ ୬୨.୧୨ ପ୍ରତିଶତ ମତଦାନ ହୋଇଛି । ସେହିପରି ସରାୟପାଲୀରେ ୬୧.୫୯ ପ୍ରତିଶତ, ବସନାରେ ୬୪.୨୪ ପ୍ରତିଶତ, ଖଲ୍ଲାରୀରେ ୬୩.୧ ପ୍ରତିଶତ ମତଦାନ ହୋଇଛି ।

Also Read: ମଧ୍ୟ ପ୍ରଦେଶରେ ଭୋଟିଂ ବେଳେ ହିଂସା; ଜଣେ କର୍ପୋରେଟର ମୃତ, ଅନେକ ଆହତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.