ବେଆଇନ ଭାବେ ଚାଲିଥିଲା ବାଲି ଚାଲାଣ, ଗ୍ରାମବାସୀଙ୍କ ଦ୍ବାରା ୮ଟି ହାଇଓ୍ବା ଜବତ

Published By : Prameya-News7 Bureau | July 29, 2022 IST

କରଞ୍ଜିଆ ୯।: ବାରମ୍ବାର ଅଭିଯୋଗ ପରେ ବି ସ୍ଥାନୀୟ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନହେବାରୁ ଆକ୍ସନ ମୋଡ଼ରେ ଗ୍ରାମବାସୀ । ବେଆଇନ ବାଲି ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ଵାରା ୮ଟି ହାଇୱା ଗାଡି ଜବତ ହୋଇଛି ।

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ୍ ଅନ୍ତର୍ଗତ ଓଡିଶା ଓ ଝାଡଖଣ୍ଡ ସୀମାରେ ଥିବା କଙ୍ଗିରା ନଦୀର ଜବାସାହି ନିକଟରୁ ବେଆଇନ ଭାବେ ବାଲି ଚାଲାଣ ବେଳେ ଜବତ କରିଛନ୍ତି ଗ୍ରାମବାସୀ । ଦୀର୍ଘ ୨ ମାସରୁ ଅଧିକ ଦିନ ଧରି ବାଲି ଚୋରା ଚାଲାଣ ହେଉଥିବା ନେଇ ସ୍ଥାନୀୟ  ପ୍ରଶାସନଠାରୁ ଆରମ୍ଭ କରି  ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ବି କୌଣସି ଫଳ ପାଇନଥିଲେ ଗ୍ରାମବାସୀ । ଯାହା ଫଳରେ ବାଧ୍ୟ ହୋଇ ୫ଟି ଗ୍ରାମର ଗ୍ରାମବାସୀ ମିଶି  ଗାଡିଗୁଡିକୁ  ଜବତ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି । ତେବେ ଘାଘରବେଡା ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ୮ ଜଣ ଡ୍ରାଇଭରଙ୍କୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.