କୋଲକାତାରେ ବସିବ ପୂର୍ବାଞ୍ଚଳ ଜୋନାଲ୍ ପରିଷଦ ବୈଠକ, ଦୋହରାଯିବ ଓଡ଼ିଶାର ନ୍ୟାଯ୍ୟ ଦାବି

Published By : Prameya-News7 Bureau | December 17, 2022 IST

ନୂଆଦିଲ୍ଲୀ ୧୭/୧୨: ଆଜି କୋଲକାତାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ପୂର୍ବାଞ୍ଚଳ ଜୋନାଲ୍ ପରିଷଦ ବୈଠକ ହେବ । ଏହି ବୈଠକରେ ଓଡ଼ିଶା ତା’ର ନ୍ୟାଯ୍ୟ ଦାବି ଦୋହରାଇବ ।

ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ସିକ୍କିମ୍ ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ତମଙ୍ଗ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ପୂର୍ବାଞ୍ଚଳ ଜୋନାଲ୍ ପରିଷଦ ବୈଠକରେ ଯୋଗଦେବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଗୃହ ସଚିବ ଦେଓରଞ୍ଜନ କୁମାର ସିଂ ଓ ପୋଲିସ ଡି.ଜି. ସୁନୀଲ କୁମାର ବଂଶଲ କୋଲକାତା ଗସ୍ତ କରିଛନ୍ତି ।

ସେହିଭଳି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ବ କରିବେ । ପୂର୍ବରୁ ଏହି ବୈଠକ ନଭେମ୍ବର ୫ ରେ ହେବାର କାର୍ଯ୍ୟକ୍ରମ ଥିଲା, ଯାହାକୁ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା ।…..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.