ନୂଆଦିଲ୍ଲୀ: ଆଜକୁ ମିଶାଇ ଦୁଇ ଦିନ ହେଲା ରାଜଧାନୀ ଦିଲ୍ଲୀରେ ଭୂମିକମ୍ପ ହୋଇଛି। ଗୁରୁବାର ସକାଳେ ମୃଦୁ ଭୂମିକମ୍ପର ଥରିଥିଲା ରାଜଧାନୀ ଦିଲ୍ଲୀ। ଆଉ ଆଜି(ଶୁକ୍ରବାର) ସଂଧ୍ୟା ୭.୪୯ ସମୟରେ ପୁଣି ଥରେ ଭୂମିକମ୍ପ ହୋଇଛି। ପୁଣିଥରେ ହରିଆଣାର ଝଜ୍ଜର ହିଁ ଭୂମିକମ୍ପର କେନ୍ଦ୍ରବିନ୍ଦୁ ହୋଇଛି।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ୭.୪୯ ସମୟରେ ହରିୟାଣାର ଝାଜ୍ଜରରେ ୩.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ସଂଗଠିତ ହୋଇଥିଲା। ରାଜଧାନୀରୁ ପ୍ରାୟ ଠାରୁ ଝଜ୍ଜରର ଦୂରତା ୬୦ କିଲୋମିଟର ରହିଛି।
ଗୋଟିଏ ଦିନ ପୂର୍ବରୁ, ଗୁରୁବାର ସକାଳେ, ସକାଳ ୯.୦୪ ସମୟରେ ସେହି ସମାନ ଅଞ୍ଚଳରେ ୪.୪ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ବି କେନ୍ଦ୍ରସ୍ଥଳ ଥିଲା ଝଜ୍ଜର। ଭୂମି କମ୍ପ କିଛି ସେକେଣ୍ଡ ପାଇଁ ହେବାରୁ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।
ବିଶେଷଜ୍ଞଙ୍କ କହିବା କଥା ହେଲା ମୁଖ୍ୟ ଭୂମିକମ୍ପ ପରେ ପରବର୍ତ୍ତି ଝଟକା ସାଧାରଣ ଏବଂ ଏହା କିଛି ଦିନ ପର୍ଯ୍ୟନ୍ତ ଜାରି ରହିପାରେ। ସାଧାରଣତଃ, ଏଗୁଡ଼ିକ ମୂଳ କମ୍ପନ ଅପେକ୍ଷା କମ୍ ତୀବ୍ରତାର ହୋଇଥାଏ। ବିଶେଷଜ୍ଞମାନେ ଏହାକୁ ଏକ ପଜିଟିଭ ସଙ୍କେତ ବୋଲି ବିବେଚନା କରନ୍ତି। କାରଣ ଏହା ବିଲ୍ଟ-ଅପ୍ ଟେକ୍ଟୋନିକ୍ ଶକ୍ତିର ଧୀରେ ଧୀରେ ମୁକ୍ତ ହେବାକୁ ଦର୍ଶାଇଥାଏ। ଯାହ ଏକ ବଡ଼ ଘଟଣାର ଆଶଙ୍କା ହ୍ରାସ କରେ।