ଭୂମିକମ୍ପରେ ଥରିଲା କାଶ୍ମୀର-ମହାରାଷ୍ଟ୍ର, ବାଦ୍ ପଡିଲାନି ଆଫଗାନିସ୍ତାନ

Published By : Prameya-News7 Bureau | August 26, 2022 IST

ନୂଆଦିଲ୍ଲୀ, ୨୬|୦୮: ଲଗାତର ଥରିଲା ଉତ୍ତର ଭାରତ । ଜୁନ ୨୫ ତାରିଖ ବିଳମ୍ବିତ ରାତ୍ରରେ ଜମ୍ମୁ-କାଶ୍ମୀରରୁ ମହାରାଷ୍ଟ୍ର ଯାଏଁ ଭୂମିକମ୍ପରେ ଥରିଛି । ଆଫଗାନିସ୍ତାନରେ ମଧ୍ୟ ଝଟକା ଲାଗିଛି । ତେବେ ଜମ୍ମୁ-ମହାରାଷ୍ଟ୍ର କିମ୍ବା ଆଫଗାନିସ୍ତାନରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ ।  

भूकंप

ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତ୍ରରେ ସମସ୍ତେ ଗଭୀର ନିଦରେ ଶୋଇଥିଲେ । ପ୍ରଥମେ ମହାରାଷ୍ଟ୍ରର କୋହଲାପୁରରେ ମାଟି ଥରିଥିଲା । ନ୍ୟାଶନାଲ ସେଣ୍ଟର ଫର୍ ସିସମୋଲୋଜିର କହିବାନୁସାରେ, କୋଲହାପୁରରେ ରାତି ୨ଟା ୨୧ ମିନିଟରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିବା ୩.୯ । ଯାହାର କେନ୍ଦ୍ରସ୍ଥଳୀ ଭୂପୃଷ୍ଠର ୧୦ କିମି ତଳେ ଥିଲା ।

ମହାରାଷ୍ଟ୍ର ପରେ ଜମ୍ମୁ-କାଶ୍ମୀରରେ ମଧ୍ୟ ଝଟକା ଅନୁଭୂତ ହୋଇଥିଲା । ରାତି ୩ଟା ୨୮ରେ କାଶ୍ମୀର ମାଟି ଥରିଥିଲା । ଏହାର କେନ୍ଦ୍ରସ୍ଥଳୀ କଟରାରୁ ୬୨ କିମି ଉତ୍ତର ପୂର୍ବ ଦିଗରେ ଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୩.୪ ।

भूकंप

ସେହିପରି ଆଫଗାନିସ୍ତାନରେ ମଧ୍ୟ ଝଟକା ଲାଗିଥିଲା । ଏହାର କେନ୍ଦ୍ରସ୍ଥଳୀ ଥିଲା ରାଜଧାନୀ କାବୁଲରୁ ୧୬୪ କିମି ଦୂରରେ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୪.୩ ।  

ଗୋଟିଏ ଦିନ ପୂର୍ବରୁ ମଧ୍ୟ ଆସିଥିଲା ଭୂମିକମ୍ପ

ଜମ୍ମୁ-କାଶ୍ମୀରରେ ଗୋଟିଏ ଦିନ ପୂର୍ବରୁ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳୀ ମଧ୍ୟ କଟରା ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.