ବାଇକ୍ ରଖି ଡ୍ୟାମ୍‌କୁ ଡେଇଁଲେ ଯୁବକ, କାରଣ ଅସ୍ପଷ୍ଟ

Published By : Prameya-News7 Bureau | October 28, 2022 IST

କେନ୍ଦୁଝର ୨୮/୧୦: କେହି କିଛି ବୁଝିବା ପୂର୍ବରୁ କାଁଝାରି ଡ୍ୟାମ୍‌ ଗେଟ୍ ନିକଟରେ ବାଇକ୍ ରଖି ଡେଇଁଲେ ଯୁବକ । ତେବେ ଯୁବକ ଜଣକ କଣ ପାଇଁ ଡ୍ୟାମ୍‌କୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହଛି ।

ଏ ସମ୍ପର୍କରେ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ଯୁବକ ଜଣ ନରଣପରର ପ୍ରତୀକ କୁମାର ମହାନ୍ତ ବୋଲି ଜଣାପଡିଛି।

ସୂଚନା ଅନୁସାରେ ପ୍ରତୀକ ଏକ ଶୁଦ୍ଧିକ୍ରିୟା କାର୍ଯ୍ୟରେ ସାମିଲ ହୋଇ ବାଇକ ଯୋଗେ ଘରକୁ ଫେରୁଥିଲେ । ତେବେ କାଁଝାରି ଡ୍ୟାମ ରାସ୍ତା ଦେଇ ଫେରୁଥିବା ସମୟରେ ଗେଟ୍ ନିକଟରେ ବାଇକ୍‌କୁ ରଖି ଡ୍ୟାମ୍‌କୁ ଡେଇଁ ପଡିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.