ଡ୍ୟୁଟି ବେଳେ ଆକ୍ରମଣ କଲା ଭାଲୁ; ଜଣେ ବନ କର୍ମଚାରୀ ଗୁରୁତର
17/12/2022 at 10:36 PM

ବାରିପଦା ୧୭/୧୨: ଡ୍ୟୁଟି ବେଳେ ଭାଲୁ ଆକ୍ରମଣରେ ଜଣେ ବନ କର୍ମଚାରୀ ଗୁରୁତର ଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ। ଖବର ଅନୁସାରେ ପିଠାବଟା ଗେଟ୍ ଲୁଲୁଙ୍ଗ ପାଖରେ ଥିବା ଶିଆଳିଘାଟି ପାଖରେ ଶନିବାର ଅପରାହ୍ଣ ସମୟରେ ୩ଟି ଭାଲୁ ବନ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି। ଗୁରୁତର ବନ କର୍ମଚାରୀଙ୍କ ପରିଚୟ ବୁଧୁରାଇ ହେମ୍ବ୍ରମ। ସେ ବାରିପଦା ସଦର ଥାନା ଗୋଡ଼ିପୋଖରି ଗାଁର ବାସିନ୍ଦା।ତାଙ୍କୁ ଏବେ ବାରିପଦାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ଚିକିତ୍ସା ମହାବିଦ୍ୟାଳୟ ଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Related Posts
ବନ ବିଭାଗ ଓ ପୋଲିସର ମିଳିତ ଚଢ଼ଉ; କଲରାପତରିଆ ବାଘଛାଲ ଜବତ
1 February 2023
ବାଇକ୍ ଡିକିରୁ ଲକ୍ଷାଧିକ ଟଙ୍କା ନେଇ ଲୁଟେରା ଚମ୍ପଟ
1 February 2023