ବଲାଙ୍ଗୀର, ୦୭।୧୧: ଡକାୟତଙ୍କୁ ଧରି ବିଭିନ୍ନ ଛକ ବୁଲିଲା ଟାଉନ ଥାନା ପୋଲିସ। ଡକାୟତି କରିଆସୁଥିବା ସ୍ପଟ ଗୁଡିକୁ ବୁଲାଇ କିଭଳି କରନ୍ତି ଡକାୟତି ତନ୍ନ ତନ୍ନ କରି ବୁଝିଛି ପୋଲିସ। ଡ଼କାୟତକୁ ସହରରେ ଚଳାଇ ଚଳାଇ ବୁଲାଇବା ସହ ଲୋକଙ୍କୁ ଭୟଭୀତ ନହେବାକୁ ବାର୍ତ୍ତା ଦେଇଛି ପୋଲିସ୍ । ବଲାଙ୍ଗୀର ସହର ଭିତରର କିଛି ଜନଗହଳି ସ୍ଥାନ ସହ ଷ୍ଟେସନ ରାସ୍ତା, ଆଠଗାଁ ରାସ୍ତା, ବିଷ୍ଣୁମୁଣ୍ଡା, କଦମପଡା ଛକ ସହ ମୁଖ୍ୟଛକ ଗୁଡିକରେ ଡକାୟତି କରିବା ପାଇଁ ଯୋଜନା କରିଥିଲେ ଡକାୟତ । ହେଲେ ଡକାୟତି ହେବା ପୂର୍ବରୁ ଗିରଫ କଲା ପୋଲିସ।
୬ ଜଣ କୁଖ୍ୟାତ ଡ଼କାୟତକୁ ଗୋଡେଇ ଗୋଡେଇ ଧରିଛି ବଲାଙ୍ଗୀର ଟାଉନ ପୋଲିସ । ଡ଼କାୟତମାନେ ସହରର ମାଲଗୋଦାମ ଓ ବିଷ୍ଣୁମୁଣ୍ଡା ପଡା ଅଞ୍ଚଳର ବୋଲି ଜଣାପଡ଼ିଛି । ସେମନଙ୍କ ଠାରୁ ଖଣ୍ଡା, ଭୁଜାଲି ସହ ବିଭିନ୍ନ ମାରଣାସ୍ତ୍ର ଓ ୩ ଗାଡି ଜବତ କରିଛି ପୋଲିସ। ତେବେ କ୍ରାଇମ ସହର ବଲାଙ୍ଗୀରରେ ପୋଲିସ୍ର ଏଭଳି କାର୍ଯ୍ୟକୁ ଲୋକେ ପ୍ରସଂଶା କରିବା ସହ ସ୍ୱାଗତ କରିଛନ୍ତି।