ଅଟୋ ଉପରେ ମାଡିଗଲା ଅଜଣା ଗାଡି, ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ
30/12/2022 at 8:43 AM

କେନ୍ଦ୍ରାପଡା ୩୦/୧୨: କଟକ-ଚାନ୍ଦବାଲି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା । କେନ୍ଦ୍ରାପଡ଼ା ଜିଲା ସଦର୍ ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାସ୍ତାର ବଳଭଦ୍ର ପୁରଠାରେ ଘଟିଛି ଏହି ଦୁର୍ଘଟଣା । ଗୁରୁବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।
ସୂଚନା ଥାଉକି, ଅଟୋ ଉପରେ କୌଣସି ଅଜଣା ଗାଡି ମାଡିଯିବା ରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ମୃତ ବ୍ୟକ୍ତି ଦୁଇଜଣ ଆଳି ପତ୍ରପୁର ଅଂଚଳର ବୋଲି ଜଣାପଡିଛି l