ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଠାରେ ମାଆଙ୍କ ଭସାଣି ଯାତ୍ରା ଶେଷ ହୋଇଛି। ବିନିକା ସହର ଡେଲି ମାର୍କେଟ ଦୁର୍ଗା ପୂଜା ମଣ୍ଡପରୁ ମାଆଙ୍କ ଭଷାଣୀ ଶୋଭାଯାତ୍ରା ବାହାରି ତହସିଲ ଛକ ଠାରୁ ପରିକ୍ରମା ଆରମ୍ଭ କରିଛନ୍ତି। ପରେ ରଥପଡା, ଗଡ଼ଭିତର, ଚଣ୍ଡୀପଡ଼ା, କଂସାରିପଡା ପରିକ୍ରମା କରିବା ପରେ ମହାନଦୀ ଠାରେ ମାଆ ଦୁର୍ଗାଙ୍କ ଭଷାଣୀ କରାଯାଇଛି। ମାଆ ବିଦାୟ ନେଉଥିବାରୁ ଦୁଃଖ ଥିବା କହିଛନ୍ତି।
ଭସାଣି ପାଇଁ ସହରରେ ସ୍ବତନ୍ତ୍ର ଟ୍ରାଫିକ କଟକଣା କରାଯାଇଥିଲା ପୋଲିସ ଫୋର୍ସ ମୁତୟନ କରାଯାଇଥିଲା l ଏହି ଭସାଣି ଉତ୍ସବରେ ଆଦିବାସୀ ନୃତ୍ୟ, ପାରମ୍ପରିକ ବାଦ୍ୟ ସଂକୀର୍ତ୍ତନ ମଧ୍ୟରେ ମାଆଙ୍କୁ ମହାନଦୀ ଯାଏଁ ନିଆଯାଇଥିଲା। ମାଙ୍କ ଭଷାଣି ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ।