ବର୍ଷା ଦୁର୍ଦ୍ଦଶା, ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନଓ୍ୱାଡି ବନ୍ଦ

Published By : Prameya-News7 Bureau | August 03, 2023 IST

ସମ୍ୱଲପୁର ୦୩/୦୮: ବର୍ଷାରେ ବେହାଲା ସ୍ଥିତି । ବିଶେଷ କରି ବେଶି ପ୍ରଭାବିତ ହୋଇ ୧୪ ଜିଲ୍ଲା । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନଓ୍ୱାଡି ବନ୍ଦ କରାଯାଇଛି । ଦିନକ ପାଇଁ ସ୍କୁଲ ଓ ଅଙ୍ଗନଓ୍ବାଡି ବନ୍ଦ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ସମ୍ବଲପୁର ଜିଲ୍ଲାପାଳ । ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ହୋଇଛି ।

ସେପଟେ ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣଂ ଦିଆଯାଇଛି । ବର୍ଷା ବିତ୍ପାତର ମୁକାବିଲା ପାଇଁ ରାଜ୍ୟ ସରକାର ୯ଟି ଜିଲ୍ଲାରେ ୧୦ଟି ଓଡ୍ରାଫ ଓ ଏନଡିଆରଏଫ୍ ଟିମ୍ ମୁତୟନ କରିଛନ୍ତି । ଏଥି ସହ ୧୦ ଜିଲ୍ଲାରେ ୧୩ଟି ଅଗ୍ନିଶମ ସେବା ଟିମ ମୁତୟନ କରାଯାଇଛି । ଆଗାମୀ ଦୁଇ ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଓଡ୍ରାଫ ଓ ଏନଡିଆରଏଫ୍ ଟିମକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି ।

ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଅଫିସରୁ ମିଳିଥିବା ସୂଚନା ମୁତାବକ ପ୍ରବଳ ବର୍ଷା ଯୋଗୁଁ କେବଳ ବୈତରଣୀ ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଅନ୍ୟ ସବୁ ନଦୀରେ ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ତେବେ ଏସବୁ ନଦୀର ଜଳସ୍ତର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ପରିସ୍ଥିତିକୁ ଦେଖି କେନ୍ଦୁଝର , ସମ୍ବଲପୁର, ରେଢ଼ାଖୋଲ, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, ଅନୁଗୋଳ, ବୌଦ୍ଧ ଓ ବାଲେଶ୍ବର ଜିଲ୍ଲାରେ ମୋଟ ୮ଟି ଓଡ୍ରାଫ୍ ଟିମ୍ ମୁତୟନ ହୋଇଥିବା ବେଳେ ଭଦ୍ରକ ଓ ଯାଜପୁରରେ ଗୋଟିଏ ଲେଖାଏଁ ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.