ପାଟଣା୮/୧୧: କେନ୍ଦୁଝର ଜିଲ୍ଳା ପାଟଣା ବ୍ଲକ ରାଜନଗରସ୍ଥିତ ପୂଣ୍ୟତୋୟା ବୈତରଣୀ ନଦୀର ଶୈବ୍ୟା କାବେରୀ ପୀଠରେ ପ୍ରତ୍ୟେକ ବର୍ଷ ବୋଇତ ବନ୍ଦାଣ ଉତ୍ସବକୁ ପାଳନ କରାଯାଇଥାଏ। ହେଲେ କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଏହି ଉତ୍ସବ ବନ୍ଦ ରହିବ।
ବୋଇତ କମିଟି ତରଫରୁ ରବିବାର ବୈତରଣୀ ନଦୀର ଶୈବ୍ୟା କାବେରୀ ପୀଠରେ ଜରୁରୀ କାଳୀନ ବୈଠକ ଡକା ଯାଇଥିଲା। ଏହି ବୈଠକରେ କମିଟିର ଭାଗିରଥି ସିଂହ, ଧରଣୀଧର ଦାସ, ଦିଲୀପ ସିଂହ, ଦେବେନ୍ଦ୍ର ସିଂହ, ପ୍ରଫୁଲ୍ଲ ବେହେରା ଓ ତୃପ୍ତି ରଞ୍ଜନସିଂ ପ୍ରମୁଖ ଉପସ୍ଥିତ ଥିଲେ।