ପୋଖରୀରେ ବୃଦ୍ଧଙ୍କ ଗଳିତ ମୃତଦେହ, ଉଦ୍ଧାର କଲା ବାଲିଗୁଡ଼ା ଅଗ୍ନିଶମ ବାହିନୀ

Published By : Prameya-News7 Bureau | December 18, 2022 IST

ବାଲିଗୁଡ଼ା ୧୮/୧୨: ବାଲିଗୁଡ଼ାରେ ଅଭାବନୀୟ ଘଟଣା । ପୋଖରୀରେ ବୁଡ଼ି ବୃଦ୍ଧ ମୃତ । ମୃତକ ହେଉଛନ୍ତି ନୂଆସାହିର ସୁଜନପାତ୍ର । ଖବର ପାଇ ଗଳିତ ଶବକୁ ପୋଖରୀରୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।

ସୂଚନା ଅନୁଯାୟୀ, ମୃତ ବୃଦ୍ଧ ହେଉଛନ୍ତି କନ୍ଧମାଳ ଜିଲ୍ଲା ବାଲିଗଡ଼ା ନୂଆସାହିର ସୁଜନପାତ୍ର । ଗତ ଚାରିଦିନ ତଳେ ସମ୍ପର୍କୀୟଙ୍କ ଅନ୍ତେଷ୍ଟି କାର୍ଯ୍ୟକୁ ଯୋଗ ଦେବାକୁ ଯାଇ ଆଉ ଫେରିନଥିଲେ ସୁଜନ । ରବିବାର ସକାଳୁ ସୁଜନଙ୍କ ମୃତ ଦେହ ଗାଁ ନିକଟସ୍ଥ ପୋଖରୀରେ ଭାସୁଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ । ପରେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ମେଡିକାଲକୁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି । ବୃଦ୍ଧଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଥିବା ଗାଁ ଲୋକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.