ଦୁର୍ଘଟଣା ପରେ ଟ୍ରକ୍ ତଳେ ଫସିରହିଛି ଡ୍ରାଇଭରଙ୍କ ମୃତଦେହ, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | July 18, 2025 IST

BREAKING NEWS

ଆନନ୍ଦପୁର ୧୮୭: ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଟ୍ରକ୍ । ଡ୍ରାଇଭରଙ୍କ ମୃତ୍ୟୁ । ଦୁର୍ଘଟଣା ପରେ ଟ୍ରକ୍ ତଳେ ଫସିରହିଛି ଡ୍ରାଇଭରଙ୍କ ମୃତଦେହ । ପୋଲିସ ଓ ଏନଏଚଏଆଇ କର୍ମଚାରୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । 

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଦେଇ ଯାଇଥିବା ଜାତୀୟ ରାଜପଥ ୨୦ର କନ୍ତୋ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଲୁହାପଥର ବୋଝେଇ କରି କେନ୍ଦୁଝର ପଟୁ ଆସୁଥିବା ଏହି ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିବାରୁ ଡ୍ରାଇଭରଙ୍କର ଟ୍ରକ୍ ତଳେ ଚାପିହୋଇ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଘଷିପୁରା ପୋଲିସ ଓ ଏନଏଚଏଇର କର୍ମଚାରୀ ମାନେ ପହଞ୍ଚି କ୍ରେନ୍ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଟ୍ରକ୍‌ଟି ବଡବିଲ ଅଞ୍ଚଳର ହୋଇଥିବା ଜଣାପଡିଛି । ହେଲେ ଡ୍ରାଇଭରଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ ।

You Can Read:

ବାଲେଶ୍ବରରେ ଆଉ ଜଣେ ଅଧ୍ୟାପକଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ, ୨୦୨୧ରେ ପ୍ରାଣ ହରାଇଥିଲେ ଛାତ୍ରୀ, ଏବେ ନ୍ୟାୟ ମାଗୁଛନ୍ତି ଭଉଣୀ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.