ଡ୍ରେନ୍ ନିର୍ମାଣକୁ ବିରୋଧ, ପୌରସଂସ୍ଥାର ମାନମାନି ନେଇ ତାତିଲେ ବସ୍ତିବାସିନ୍ଦା

Published By : Prameya-News7 Bureau | November 05, 2022 IST

ଢେଙ୍କାନାଳ ୦୫/୧୧: ରାସ୍ତା ପାର୍ଶ୍ଵରେ ନୁହଁ । ରାସ୍ତା ଉପରେ ହିଁ ଚାଲିଛି ଡ୍ରେନ ନିର୍ମାଣ । ଫଳରେ ରାସ୍ତା ସଙ୍କୁଚିତ ହେବା ସହ ସେପଟେ ରାସ୍ତା ପାର୍ଶ୍ଵ ଜାଗାକୁ ଦଖଲ କରିବାକୁ ସୁଯୋଗ ସୃଷ୍ଟି କରାଯାଉଛି । ଢେଙ୍କାନାଳ ପୌରସଂସ୍ଥାର ଏପରି ମାନମାନି ନେଇ ସହରରେ ଜଣ ଅସନ୍ତୋଷ ବଢି ଚାଲିଛି । ଏପରିସ୍ଥଳେ ଆଜି ପୌର ସଂସ୍ଥା ୱାର୍ଡ ନଂ ୭ର ମୃଦଙ୍ଗା ସାହିରେ ପୌର ସଂସ୍ଥା ପକ୍ଷରୁ ଅନୁରୂପ ଡ୍ରେନ ନିର୍ମାଣକୁ ନେଇ ସ୍ଥାନୀୟ ବସ୍ତି ବାସିନ୍ଦା ତୀଵ୍ର ବିରୋଧ କରିଛନ୍ତି । ଯାହା ଫଳରେ ଉତ୍ତେଜନା ପ୍ରକାଶ ପାଇଛି ।

ଏହି ବସ୍ତିକୁ ଯାଇଥିବା ୧୬ଫୁଟିଆ ରାସ୍ତା ପାର୍ଶ୍ଵରେ ପୌରସଂସ୍ଥା ପକ୍ଷରୁ ଡ୍ରେନ ନିର୍ମାଣ ପାଇଁ ଜଣେ ଠିକାଦାରଙ୍କୁ କାର୍ଯ୍ୟାଦେଶ ମିଳିଛି । ତେବେ ଠିକାଦାରଙ୍କ ପକ୍ଷରୁ ଡ୍ରେନ ନିର୍ମାଣ ବେଳେ ରାସ୍ତାକୁ ଲାଗି ଜନୈକ ବ୍ୟକ୍ତିଙ୍କର ବିଶାଳ ପାଚେରୀ ରାସ୍ତା ପାର୍ଶ୍ୱକୁ ଝୁଲି ରହିଥିବା ସହ ପାଚେରୀରେ ଫାଟହୋଇ ଅସୁରକ୍ଷିତ ଅବସ୍ଥାରେ ରହିଛି ।

ସେଥିପ୍ରତି ପୌରସଂସ୍ଥା ଦୃଷ୍ଟି ଏଡାଇ ଦେଇଛି । ଏପରିକି ପୌର ସଂସ୍ଥା ପକ୍ଷରୁ ଉକ୍ତ ଜାଗା ପାର୍ଶ୍ଵରେ ଦୁଇଫୁଟ ଛାଡି ରାସ୍ତା ଉପରେ ଡ୍ରେନ ନିର୍ମାଣ କାରାଯାଉଛି । ଯାହାକୁ ପ୍ରତିରୋଧ କରି ବସ୍ତି ବାସିନ୍ଦା ପୌର କର୍ତ୍ତୃପକ୍ଷଙ୍କୁ ପ୍ରତିବାଦ ଜଣାଇଥିଲେ ମଧ୍ୟ ଚୁପ୍ ରହିଛନ୍ତି କର୍ତ୍ତୃପକ୍ଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.