ଡା. ଦିନେଶ ପର୍ଦ୍ଦିୱାଲା କରିପାରନ୍ତି ଋଷଭ ପନ୍ତଙ୍କ ସର୍ଜରୀ, ଜାଣନ୍ତୁ ଚର୍ଚ୍ଚିତ ଚିକିତ୍ସକଙ୍କ ସମ୍ପର୍କରେ

Published By : Prameya-News7 Bureau | January 04, 2023 IST

ମୁମ୍ବାଇ ୪।୧: ଟିମ୍‌ ଇଣ୍ଡିଆର ୱିକେଟ୍‌ କିପର ତଥା ବ୍ୟାଟସମ୍ୟାନ୍‌ ଋଷଭ ପନ୍ତ ଗତ ୩୦ ତାରିଖ ଦିନ ଉତ୍ତରାଖଣ୍ଡରେ ଭୀଷଣ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ଗୁରୁତର ଆହତ ପନ୍ତଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ସୋମବାର ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ପରେ ତାଙ୍କୁ ଆଇସିୟୁରୁ ପ୍ରାଇଭେଟ ୱାର୍ଡକୁ ସିଫ୍ଟ କରାଯାଇଥିଲା। ତାଙ୍କୁ ଏବେ ସର୍ଜରୀ ଲାଗି ମୁମ୍ବାଇ ନିଆଯାଇଛି। 

ଜଣାଶୁଣା ଖେଳ ଚିକିତ୍ସକ ଓ ଅନେକ ଖେଳାଳିଙ୍କ ଚିକିତ୍ସା କରିଥିବା ଡା. ଦିନେଶ  ପର୍ଦ୍ଦିୱାଲା ଏବେ ପନ୍ତଙ୍କ ସମ୍ପର୍କରେ ଅଛନ୍ତି। ଯଦି ପନ୍ତଙ୍କ ହାଡରେ କୌଣସି ସର୍ଜରୀ କରାଯାଏ ତେବେ ତାହା ଦିନେଶ ପର୍ଦ୍ଦିୱାଲାଙ୍କ ପରାମର୍ଶ ଓ ଦେଖରେଖରେ କରାଯିବ। ତେବେ ଆସନ୍ତୁ ଜାଣିବା ଡା. ପର୍ଦ୍ଦିୱାଲାଙ୍କ ସମ୍ପର୍କରେ।

ଡା.ଦିନେଶ ପର୍ଦ୍ଦିୱାଲା କୋକିଲା ବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲ ମୁମ୍ବାଇରେ ଆର୍ଥସ୍କୋପି, ଖେଳାଳିଙ୍କ ହାଡ ସମ୍ପର୍କିତ ସମସ୍ୟାର ଉପଚାର ଲାଗି ଏସିୟାର ଚର୍ଚ୍ଚିତ ଅସ୍ଥିରୋଗ ବିଶେଷଜ୍ଞ ଅଟନ୍ତି। ସେ ହସ୍ପିଟାଲର ଖେଳ ଚିକିତ୍ସା କେନ୍ଦ୍ରର ନିର୍ଦ୍ଦେଶକ ରୂପେ ଖେଳ ଜଗତ ସହ ଜଡିତ ଲୋକଙ୍କ ସର୍ଜରୀ କରିବାରେ ଜଣାଶୁଣା ଏକ୍ସପର୍ଟ। ଡା. ଦିନେଶ ପର୍ଦ୍ଦିୱାଲା ହାଡ ଓ ଗଣ୍ଠି, ଅର୍ଥୋପେଡିକ୍ସ, ସ୍ପୋର୍ଟସ୍ ମେଡିସିନ, ମିନିମମ ଏକ୍ସେସ ସର୍ଜରୀ, ରିଜେନରେଟିଭ ମେଡିସିନ କ୍ଷେତ୍ରରେ ଦୁଇ ଦଶନ୍ଧୀରୁ ଅଧିକ ସମୟର ଅଭିଜ୍ଞତା ରଖିଛନ୍ତି।

{"id":728866,"width":842,"height":622,"sizeSlug":"full","linkDestination":"none"}

ଜଣେ ଚିକିତ୍ସକ ସାଙ୍ଗକୁ କୁଶଳବ୍ୟବହାର ଓ ଭଲ ମେଡିକାଲ ପ୍ରାକ୍ଟିସ୍‌ ଲାଗି ମୁମ୍ବାଇ ଓ ପାଖଆଖ ସହରରେ ଲୋକେ ବ୍ୟବହାର କରୁଥିବା ଭାଷା ମଧ୍ୟ ଜାଣିଛନ୍ତି। ସେ ହିନ୍ଦୀ ଓ ଇଂରାଜୀ ସାଙ୍ଗକୁ ଭଲ ଭାବରେ ଗୁଜରାଟି ଓ ମରାଠି ଭାଷା କହି ଓ ବୁଝି ପାରନ୍ତି। ଡା. ଦିନେଶ ପର୍ଦ୍ଦିୱାଲା ଇଣ୍ଟରନ୍ୟାସନାଲ ସୋସାଇଟି ଅଫ ଆର୍ଥ୍ରୋସ୍କୋପି, ନି ସର୍ଜରୀ ଓ ଅରଥୋପେଡିକ ସ୍ପୋର୍ଟସ୍ ମେଡିସିନ (ଇସାକୋସ) ସଦସ୍ୟ। ଏହା ଛଡା ସେ ଏସିଆ ପେସିଫିକ୍ ଅର୍ଥୋପେଡିକ୍ସ ସୋସାଇଟି ଫର ସ୍ପୋର୍ଟସ୍ ମେଡିସିନ (ଏପିକାସ୍) ବୋର୍ଡରେ ମଧ୍ୟ ଅଛନ୍ତି। ସେହିପରି ସେ ଇଣ୍ଡିଆନ ଅର୍ଥୋସ୍କୋପି ଆସୋସିଏସନ ଓ ସୋଲଜର ଏଲବୋ ସୋସାଇଟି ଅଫ ଇଣ୍ଡିଆ ଜଣେ ସକ୍ରିୟ ସଦସ୍ୟ ରୂପେ ସେ କାର୍ଯ୍ୟ କରୁଛନ୍ତି।

ଡା.ପର୍ଦ୍ଦିୱାଲା ଅର୍ଥୋସ୍କୋପି ଓ ଆମେରିକାନ ଜର୍ଣ୍ଣାଲ ଅଫ ସ୍ପୋର୍ଟସ୍ ମେଡିସିନ ସମେତ ପ୍ରମୁଖ ଅର୍ଥୋସ୍କୋପି ପତ୍ରିକାଙ୍କ ସମ୍ପାଦକୀୟ ବୋର୍ଡରେ ମଧ୍ୟ ଅଛନ୍ତି। ସେ ଆଇସିସି ଚିକିତ୍ସା କମିଟିରେ ଭାରତର ପ୍ରତିନିଧି ବ୍ୟତୀତ ଅନେକ ଭାରତୀୟ ଖେଳ ଟିମ୍‌ର ବୋର୍ଡ ଚିକିତ୍ସକ ମଧ୍ୟ। ସେ ୨୦୧୮ ରାଷ୍ଟ୍ରମଣ୍ଡଳ କ୍ରିଡାବେଳେ ୬୬ ଭାରତୀୟ ପଦକ ବିଜେତାଙ୍କ ମଧ୍ୟରୁ ୧୨ ଖେଳାଳିଙ୍କ ବିଭିନ୍ନ ପ୍ରକାରର ଆଘାତ ଚିକିତ୍ସା କରି ବେଶ୍ ଚର୍ଚ୍ଚିତ ଥିଲେ। ୨୦୦୯ ମସିହାରେ ଜନ ଜୟସ୍ ଆୱାର୍ଡ ସମେତ ଅନେକ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.