କାଦୁଅ ଫିଙ୍ଗା ସରୁନି- ଗଞ୍ଜାମ ବସ ଟ୍ରାଜେଡି ଘଟଣାରେ ପରିବହନ ବିଭାଗ ଶକ୍ତି ବିଭାଗ ଉପରେ ଦୋଷ ଲଦିଛି

Published By : Prameya-News7 Bureau | February 13, 2020 IST

ଭୁବନେଶ୍ୱର ୧୩।୦୨ - ଗଞ୍ଜାମ ବସ ଟ୍ରାଜେଡି ଘଟଣାରେ କାଦୁଅ ଫିଙ୍ଗା ସରୁନି । ୧୦ ଜଣଙ୍କ ଜୀବନ ଯିବା ଘଟଣାରେ କିଏ ଦାୟୀ ତାକୁ ନେଇ ଚାଲିଛି ଦୋଷ ଲଦା ଲଦି ।

{"id":224015,"sizeSlug":"large"}

ଶକ୍ତି ବିଭାଗ ଝାଡିଝୁଡି ହେବାକୁ ଚେଷ୍ଟା କରୁଥିବାବେଳେ ପରିବହନ ବିଭାଗ କିନ୍ତୁ ଶକ୍ତି ବିଭାଗ ଉପରେ ଦୋଷ ଲଦିଛି । ସେପଟେ ଆରଡି ବିଭାଗ କୁ ଦୋଷ ଦେଇ ଖସିବାକୁ ଚେଷ୍ଟା କରୁଥିବା ଶକ୍ତି ବିଭାଗକୁ କଡା ଚିଠି ଲେଖି ଗ୍ରାମ୍ୟ ଉନ୍ନୟନ ବିଭାଗ କହିଛି ମନଇଛା ରାସ୍ତାରେ ବିଦ୍ୟୁତ ଖୁଣ୍ଟ ପକାଇବାକୁ ବରଦାସ୍ତ କରାଯିବନି ।

{"id":224017,"sizeSlug":"large"}

 ଗଞ୍ଜାମ ତୁଳୁରେ ବସ ଟ୍ରାଜେଡି ପାଇଁ ଶକ୍ତି ବିଭାଗକୁ ଘେରିଛନ୍ତି ପରିବହନ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ । ବସ ଟ୍ରାଜେଡି ପାଇଁ ପ୍ରଥମେ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା କରିଥିଲା ଶକ୍ତି ବିଭାଗ ।

{"id":224018,"sizeSlug":"large"}

ତେବେ ଘଟଣାସ୍ଥଳ ପରିଦର୍ଶନ ପରେ ଶକ୍ତି ବିଭାଗ ଆଡକୁ ଆକ୍ଷେପ କରିଛନ୍ତି ଖୋଦ ପରିବହନ ମନ୍ତ୍ରୀ । କହିଛନ୍ତି  ଘଟଣା ସ୍ଥଳକୁ ଦେଖିଲେ ଶକ୍ତି ବିଭାଗ ହିଁ ଦାୟୀ ବୋଲି ଜଣା ପଡୁଛି । ତଦନ୍ତ ରିପୋର୍ଟ ଅନୁଧ୍ୟାନ ପରେ ଜଣା ପଡିବ ପ୍ରକୃତ ଦୋଷୀ କିଏ ।

{"id":224019,"sizeSlug":"large"}

ସେହପରି ବସ ଟ୍ରାଜେଡି ଘଟଣାରେ ପ୍ରଥମରୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପରୋକ୍ଷରେ ଦାୟୀ କରିଥିଲା ଶକ୍ତି ବିଭାଗ । ଆଉ ଏ ହେଉଛି ଗ୍ରାମ୍ୟ ଉନ୍ନୟନ ବିଭାଗର ପାଲଟା ଯୁକ୍ତି ।

{"id":224020,"sizeSlug":"large"}

ଶକ୍ତି ସଚିବକୁ କଡା ଚିଠି ଲେଖିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ଵୋଚ୍ଚ ଯନ୍ତ୍ରୀ । ଏଣିକି ବିନା ଅନୁମତିରେ ଗାଁ ରାସ୍ତାରେ ବିଜୁଳି ଖୁଣ୍ଟ ପକାଇ ପାରିବନି ବିଦ୍ୟୁତ ବିଭାଗ । କାମ ଆଳରେ ମନ ଇଛା ରାସ୍ତା ଉପରେ କି ରାସ୍ତା କଡ଼ରେ ଖୁଣ୍ଟ ପକାଯିବାକୁ ଵରଦାସ୍ତ କରାଯିବନି ।

{"id":224021,"sizeSlug":"large"}

ବିଦ୍ୟୁତ ସରଞ୍ଜାମ ପକାଇବା ଆଗରୁ ସଂପୃକ୍ତ ଗ୍ରାମ୍ୟ ଉନ୍ନୟନ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କର ଅନୁମତି ନେଵାକୁ ପଡିବ  ବୋଲି ବିଭାଗ ତାଗିଦ କରି ଲେଖିଛି ।

{"id":224022,"sizeSlug":"large"}

ଫେବୃୟାରୀ ୯ ତାରିଖରେ ଏହି ଦୁର୍ଘଟଣା ଘଟିଥିଲା , ଯେଉଁଥିରେ ୧୦ ଜଣଙ୍କ ଜୀବନ ହାନି ହୋଇଥିଲା । ତିନି ବିଭାଗର ବୈଠକ ପରେ ୪ ଜଣ ଯନ୍ତ୍ରୀଙ୍କୁ ନିଲମ୍ବନ କରିଛନ୍ତି ସରକାର । ତେବେ ପ୍ରଶ୍ନ ଉଠୁଛି ବିଭାଗ ବିଭାଗ ଭିତରେ ଦୋଷ ଲଦା ଲଦି ଭିତରେ ରାଜ୍ୟର ଯେଉଁସବୁ ସ୍ଥାନରେ ବିପଦପୂର୍ଣ୍ଣ ଭାବେ ବିଦ୍ୟୁତ ତାର ଓହଳି ରହିଛି ସେସବୁର ମରାମତିକୁ ଭୁଲିଯାଉନାହାନ୍ତି ତ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.