ନିଶ୍ୱାସ ନେବାରେ ହେଉଥିଲା କଷ୍ଟ, ବାହାରୁଥିଲା ପ୍ରବଳ ରକ୍ତ: ରୋଗୀଙ୍କୁ ଦେଖି ତାଜୁବ ହେଲେ ଡାକ୍ତର

Published By : Prameya-News7 Bureau | February 24, 2024 IST

ଆମେରିକା ୨୪/୦୨: ଦାନ୍ତରେ ପୋକ ଏବଂ କାନରୁ ପୋକ ବାହାରିବା ସାଧାରଣ ଘଟଣା । ଏମିତି ଆପଣ ଅନେକ ବାର ଶୁଣିଥିବେ । ନର୍ମାଲ ଲୋକଙ୍କ ଜୀବନ ଶୈଳୀିରେ ଏପରି ଘଟିଥାେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଘଟଣା ବିଷୟରେ କହିବୁ ଯାହା ଜାଣିବା ପରେ ଆପଣ ବି ହୋଇଯିବେ ତାଜୁବ୍ । ଆଜ୍ଞା ହଁ ଏମିତି ଗୋଟିଏ ଘୃଣ୍ୟ ଏବଂ ବିପଜ୍ଜନକ ସଂକ୍ରମଣର ଶିକାର ହୋଇଛନ୍ତି ଜଣେ ବ୍ୟକ୍ତି ।

ଖାଲି ସଂକ୍ରମଣର ଶିକାର ହୋଇନାହାନ୍ତି ତ ପ୍ରଚୁର ରକ୍ତସ୍ରାବର ବି ଶିକାର ହୋଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ଡାକ୍ତରମାନେ ଜଣେ ବ୍ୟକ୍ତିଙ୍କ ନାକରୁ ୧୫୦ରୁ ଅଧିକ ଜୀବନ୍ତ ପୋକ ବାହାର କରିଛନ୍ତି । ଯାହା ତାଙ୍କ ଶରୀରରେ ରହି ସେହି ବ୍ୟକ୍ତିଙ୍କ ମାଂସ ଖାଇ ଜୀବନ୍ତ ଥିଲେ ।
ଏହି ଖବର ହେଉଛି ଆମେରିକା ଫ୍ଲୋରିଡା ସହରର ।

ଜଣେ ବ୍ୟକ୍ତି ଏଚସିଏ ଫ୍ଲୋରିଡା ମେମୋରିଆଲ ହସ୍ପିଟାଲରେ ପହଞ୍ଚି ଯନ୍ତ୍ରଣା ଓ ନାକରେ ରକ୍ତସ୍ରାବ କରୁଥିବା ଅଭିଯୋଗ କରିଥିଲେ । ଯେତେବେଳେ ENT ଡାକ୍ତର ଡେଭିଡ କାର୍ଲସନ ତାଙ୍କୁ ପରୀକ୍ଷା କଲେ । ତାଙ୍କ ନାକ ଭିତର ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ଦେଖିଥିଲେ ଯେ ବ୍ୟକ୍ତିଙ୍କ ନାକରେ କିଛି ପୋକ ରହିଛନ୍ତି, ଆଉ ସଂକ୍ରମଣ ବ୍ୟାପିଛି । ଏହି କୀଟ ସବୁ ବ୍ୟକ୍ତିଙ୍କ ଶରୀରରୁ ମାଂସ ଭିତରୁ ଖାଇ ବଞ୍ଚିଥିଲେ ।

ଆଉ ଧୀରେ ଧୀରେ ଉପରକୁ ଉଠିବାରୁ ନାକ ଭିତରେ ରହିଯାଇଥିଲେ । ଯେତେବେଳେ ଯନ୍ତ୍ରଣା ବଢିଥିଲା ସେତେବେଳେ ଅନ୍ୟ ଉପାୟ ନପାଇ ବ୍ୟକ୍ତି ଜଣଙ୍କ ଡାକ୍ତରଙ୍କ ନିଟକୁ ଯାଇଥିଲେ । ଏଠାରେ ସେହି ବ୍ୟକ୍ତି ଜଣଙ୍କ କିଏ ତାଙ୍କର ପରିଚୟ ଗୁପ୍ତ ରଖାଯାଇଛି । ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ ଯେତେବେଳେ ରୋଗୀ ଆମ ପାଖରେ ପହଞ୍ଚିଥିଲେ । ତାଙ୍କ ମୁହଁଟି ବହୁତ ଫୁଲିବା ଭଳି ଦେଖିବାକୁ ମିଳିଥିଲା । ମୁହଁରେ ଲାଗିଲା ଯେମିତି କେହି ତାଙ୍କ ମୁହଁରେ ନିଆଁ ଲଗାଇ ଦେଇଛନ୍ତି ।

ଏହା ଦେଖିବା ପରେ ଡାକ୍ତରମାନେ ସବୁକିଛି ବୁଝିଯାଇଥିଲେ । ସେମାନଙ୍କର ଭୟ ଥିଲା ଯେ ବ୍ୟକ୍ତିଙ୍କ ନାକରେ ଥିବା କୀଟଗୁଡ଼ିକ ତାଙ୍କ ଆଖିରେ ପହଞ୍ଚି ତାଙ୍କ ଦୃଷ୍ଟିଶକ୍ତି ନଷ୍ଟ କରିପାରନ୍ତି । ବେଳେବେଳେ ଏହି କାରଣରୁ ରୋଗୀର ବି ମୃତ୍ୟୁ ହୋଇପାରେ । ସଂଗେ ସଂଗେ ଅପରେସନ୍ ହୋଇଥିଲା ବ୍ୟକ୍ତିଙ୍କର । ଡାକ୍ତରମାନେ ସେହି ବ୍ୟକ୍ତିଙ୍କ ନାକରୁ ୧୫୦ ଜୀବନ୍ତ କୀଟ କାଢିଥିଲେ । ଯାହା ତାଙ୍କ ନାକରେ ରହିଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ, ଏପରି ରୋଗ କ୍ୱଚିତ୍ ଦେଖାଯାଏ ଏବଂ ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.