ଟ୍ରକ୍‌ ପଛରେ ଧକ୍କା ହେଲା କାର୍, ଗୁରୁତର ଅବସ୍ଥାରେ ଡାକ୍ତର ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | June 17, 2025 IST

ଆନନ୍ଦପୁର ୧୭।୬: ମେଡିକାଲ କ୍ୟାମ୍ପକୁ ଯାଉଥିଲେ, ରାସ୍ତାରେ ଦୁର୍ଘଟଣା ହେଲା ଡାକ୍ତରଙ୍କ କାର୍ । ଦୁର୍ଘଟଣାରେ ଗୁରୁତର ହେଲେ ଡାକ୍ତର । ଗୁରୁତର ଅବସ୍ଥାରେ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । 

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ୨୦ନଂ ଜାତୀୟ ରାଜପଥ ହସନପୁର ନିକଟରେ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କାର୍‌ଟି ଯାଇ ଟ୍ରକ୍ ପଛପଟେ ଧକ୍କା ହୋଇଥିଲା । ଫଳରେ କାର୍‌ରେ ଥିବା ଡାକ୍ତର ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଗରୁତର ଡାକ୍ତର ହେଲେ କେନ୍ଦୁଝର ମେଡିକାଲର ମେଡ଼ିସିନ ବିଭାଗର ଡାକ୍ତର  ଜଗନ୍ନାଥ ପ୍ରଧାନ । ସେ ଆଏକ ମେଡିକାଲ କ୍ୟାମ୍ପ ପାଇଁ କେନ୍ଦୁଝରରୁ କୁଆଖିଆ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି । 

You Can Read:

ଆନନ୍ଦପୁର ପୌରାଞ୍ଚଳରେ ହୋଟେଲ ଓ ଢାବାରେ ଚଢାଉ, ମିଳିଲା ପୁଳ ପୁଳା ବାସି ଖାଦ୍ୟ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.