Bangkokର ପୂରା ନାମ କ’ଣ ? ଗିନିଜ୍‌ ୱାର୍ଲ୍ଡ ରେକର୍ଡସ୍‌ରେ ପାଇଛି ସ୍ଥାନ

Published By : Prameya-News7 Bureau | February 24, 2024 IST

ଥାଇଲ୍ୟାଣ୍ଡର ରଙ୍ଗୀନ୍‌ ରାଜଧାନୀ ବ୍ୟାଙ୍କକ୍‌ ବିଶ୍ୱର ଅନ୍ୟତମ ପ୍ରିୟ ପର୍ଯ୍ୟଟନସ୍ଥଳୀ  ଭାବେ ସର୍ବଦା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଆସିଛି । ଏହି ବିଶେଷତ୍ୱ ସହିତ ବ୍ୟାଙ୍କକ୍‌  ଆଉ ଏକ କାରଣ ପାଇଁ ବିଶ୍ୱସ୍ତରରେ ଚର୍ଚ୍ଚାର କେନ୍ଦ୍ର ହୋଇଛି । ବିଶ୍ୱର ସବୁଠୁ  ଲମ୍ବା ସହର ନାଁ ପାଇଁ ଏହା ଲୋକପ୍ରିୟତା ଅର୍ଜନ କରିଛି । ବ୍ୟାଙ୍କକ୍‌ର ପୂରା  ନାଁ ହେଉଛି ‘କ୍ରୁଙ୍ଗ୍‌ ଥେପ୍‌ ମହାନାଖୋନ୍‌ ଅମୋନ୍‌ ରଟ୍ଟାନାକୋସିନ୍‌ ମହିନ୍‌ଥାରା  ଅୟୁଥାରା ମହାଦିଲୋକ୍‌ ଫୋପ୍‌ ନୋଫାରାତ୍‌ ରଟ୍‌ଚାଥାନି ବୁରିରୋମ୍‌  ଉଦୋମ୍‌ରାତ୍‌ଚାନିୱେତ୍‌ ମହାସାଥାନ୍‌ ଅମୋନ୍‌ ପିମନ୍‌ ଅୱତନ୍‌ ସତ୍‌ହିତ  ସକ୍କଥାତ୍ତିୟା ୱିତ୍‌ସାନୁକମ୍‌ ପ୍ରସିତ୍‌’ ।

ସହରର ନାଁ ଏତେ ବଡ଼ ଯେ ପଢ଼ିଲେ,  କବିତା ଭଳି ଅନୁଭବ ହେବ । ଏହାର ଅର୍ଥ ‘ପରୀମାନଙ୍କର ସହର, ଅମର  ଆତ୍ମାଙ୍କ ମହାନ ସହର, ନବରତ୍ନଙ୍କ ଚମତ୍କାର ସହର, ରାଜାଙ୍କ ବାସସ୍ଥଳୀ,  ରାଜପ୍ରାସାଦମାନଙ୍କର ସହର, ଈଶ୍ୱରଙ୍କର ଅବତାରସ୍ଥଳୀ, ଇନ୍ଦ୍ରଙ୍କ ଆଦେଶରେ  ବିଶ୍ୱକର୍ମାଙ୍କ ଦ୍ୱାରା ନିର୍ମିତ ।’ ଅଧିକାଂଶ ଥାଇଲ୍ୟାଣ୍ଡବାସୀ ସହର ନାଁକୁ ସଂକ୍ଷିପ୍ତରେ ‘କ୍ରୁଙ୍ଗ୍‌ ଥେପ୍‌ ମହା  ନଖୋନ୍‌’ ଭାବେ ସମ୍ବୋଧନ କରନ୍ତି । ତେବେ ପୂରା ନାଁର ଐତିହାସିକ ଓ  ସାଂସ୍କୃତିକ ମହତ୍ୱ ରହିଛି ।

ଏକ ଭିଡିଓରେ ଜଣେ ଟୁର୍‌ ଗାଇଡ୍‌ ଏକ  ଚଳନ୍ତା ବସ୍‌ରେ ପର୍ଯ୍ୟଟକଙ୍କୁ ସହରର ପୂରା ନାଁ କହୁଥିବା ନଜର  ଆସିଛନ୍ତି । ବ୍ୟାଙ୍କକ୍‌ର ଏହି ନିଆରା ଦିଗ ଲୋକଲୋଚନକୁ  ଆସିବା ପରେ ୟୁଜର୍‌ଙ୍କ କୌତୁହଳ ଓ ଉତ୍ସାହ ବଢ଼ିଛି । ୱୱି  ଜେନ୍‌ ଡେମେରେ ନାମକ ବ୍ୟକ୍ତି ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଭିଡିଓ  ଶେୟାର କରିଛନ୍ତି । ଏଥିରେ ଉଲ୍ଲେଖ ହୋଇଛି, ବିଶ୍ୱର  ଦୀର୍ଘତମ ସ୍ଥାନର ନାଁ ଭାବେ ବ୍ୟାଙ୍କକ୍‌ର ପୂରା ନାଁ ଗିନିଜ୍‌  ବିଶ୍ୱ ରେକର୍ଡସ୍‌ରେ ସ୍ଥାନ ପାଇଛି।

wp:embed {"url":"https://www.prameyanews7.com/student-takes-flight-to-college-twice-a-week-to-save-on-rent/","type":"wp-embed","providerNameSlug":"prameya-news-7"}
https://www.prameyanews7.com/student-takes-flight-to-college-twice-a-week-to-save-on-rent/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.