ଜନ୍ମଦିନରେ ବିଜ୍‌ନେସ୍‌ମ୍ୟାନ୍‌ ସହ ନିର୍ବନ୍ଧ କଲେ ଦିବ୍ୟା, ସେୟାର କଲେ ଫଟୋ

Published By : Prameya-News7 Bureau | December 06, 2022 IST

ମୁମ୍ଵାଇ ୦୬।୧୧: 'ଏଜ୍‌ ଅଫ୍ ସ୍ପେସ୍' ଏବଂ 'ବିଗ୍ ବସ୍ OTT' ଭଳି ପ୍ରସିଦ୍ଧ ଟିଭି ଶୋ’ରେ କାମ କରିଥିବା ଦିବ୍ୟା ଅଗ୍ରୱାଲ ଏବେ ନୂଆ ସମ୍ପର୍କକୁ ନେଇ ଆନାଉନ୍ସ କରିଛନ୍ତି। ସେ ତାଙ୍କର ୩୦ତମ ଜନ୍ମଦିନ ଅବସରରେ ପ୍ରେମିକ ଆପୂର୍ବ ପଡଗାଓଁକରଙ୍କ ସହ ନଜର ଆସିଥିଲେ। ୯ମାସ ପୂର୍ବରୁ ଦିବ୍ୟା ବରୁଣ ସୁଦ୍‌ଙ୍କ ସହ ବ୍ରେକ୍‌ଅପ୍‌ କରିଥିଲେ।

ଦିବ୍ୟା ୫ ଡିସେମ୍ଵର ଅର୍ଥାତ୍ ଗତକାଲି ତାଙ୍କ ଇନଷ୍ଟା ଆକାଉଣ୍ଟରେ ତାଙ୍କ ଲଭ ଲାଇଫ୍‌ ଜୀବନକୁ ନେଇ ଖୁଲାସା କରିଛନ୍ତି। କେବଳ ଏତିକି ହିଁ ନୁହଁ ତାଙ୍କ ପ୍ରେମିକଙ୍କ ତରଫରୁ ସୁନ୍ଦର ପ୍ରସ୍ତାବ ମିଳିଥିଲା। ଏହା ପରେ ଦୁହେଁ ନିର୍ବନ୍ଧ କରିଥିଲେ। ଏହାର ରୋମାଣ୍ଟିକ ଫଟୋ ଗୁଡିକ ସେୟାର କରାଯାଇଛି। ଫଟୋରେ ବାଇଗଣୀ ରଙ୍ଗର ଡ୍ରେସ୍‌ରେ ଦିବ୍ୟା ବହୁତ ସୁନ୍ଦର ଦେଖାଯାଉଥିବା ବେଳେ ଅପୂର୍ବ ମଧ୍ୟ ଏକ କଳା ପୋଷାକରେ ନଜର ଆସିଛନ୍ତି।

wp:html
/wp:html

ଏହା ସହ ଫଟୋ ସେୟାର କରିବା ସମୟରେ କ୍ୟାପସନରେ ଲେଖା ହୋଇଛି, ମୁଁ କ’ଣ ହସିବା ବନ୍ଦ କରିବି? ବୋଧହୁଏ ନୁହେଁ । ଜୀବନ ଅଧିକ ଉଜ୍ଜ୍ୱଳ ହେଲା ଏବଂ ମୁଁ ଏହି ଯାତ୍ରାକୁ ସେୟାର କରିବାକୁ ଉପଯୁକ୍ତ ବ୍ୟକ୍ତି ପାଇଛି। ତାଙ୍କର # ବାଇକୋ । ଏହି ଗୁରୁତ୍ୱପୂର୍ଣ୍ଣ ଦିନରୁ ଆରମ୍ଭ କରି ମୁଁ କେବେବି ଏକୁଟିଆ ଚାଲିବି ନାହିଁ । ଦିବ୍ୟାଙ୍କ ଏହି ପୋଷ୍ଟକୁ ସେଲିବ୍ରେଟ୍ ଏବଂ ପ୍ରଶଂସକମାନେ ପ୍ରତିକ୍ରିୟା କରୁଛନ୍ତି।

ଦିବ୍ୟା ପୂର୍ବରୁ ବରୁଣ ସୁଦଙ୍କ ସହ ସମ୍ପର୍କ ରହିଥିଲେ। ହେଲେ ଦୁହିଁଙ୍କ ମଧ୍ୟରେ ହଠାତ୍‌ କିଛି ହୋଇଥିଲା। ଯେଉଁଥିପାଇଁ ଚଳିତ ବର୍ଷ ମାର୍ଚ୍ଚରେ ସେମାନେ ବ୍ରେକଅପ୍ କରିଥିଲେ। ଏନେଇ ଦିବ୍ୟା ତାଙ୍କ ସୋସିଆଲ୍ ମିଡିଆରେ ବ୍ରେକଅପ୍ ବିଷୟରେ ଜଣାଇଥିଲେ।  ଦିବ୍ୟା ଅଗ୍ରୱାଲଙ୍କ ପ୍ରେମିକ ନାମ ଅପୂର୍ବ ଯିଏ କି ଜଣେ ବ୍ୟବସାୟୀ। ମୁମ୍ବାଇର ଅନେକ ରେଷ୍ଟୁରାଣ୍ଟର ମାଲିକ ଅଟନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.