ହୋଇପାରିଲାନି ସାମାଧାନ, ଝୁଲିଲା ଷ୍ଟାର ଦମ୍ପତ୍ତିଙ୍କ ଛାଡପତ୍ର ମାମଲା

Published By : Prameya-News7 Bureau | May 16, 2023 IST

କଟକ ୧୬/୦୫: ପରିବାର ଅଦାଲତରେ ପୁଣି ଝୁଲି ରହିଲା ଷ୍ଟାର ଦମ୍ପତ୍ତିଙ୍କ ଛାଡପତ୍ର ମାମଲା । ଯଦିଓ ଆଜି ଉଭୟ ବର୍ଷା ଏବଂ ଅନୁଭବ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ, କିନ୍ତୁ ଜେରା ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହିଛି । ଅନୁଭବ ଦାୟର କରିଥିବା ଛାଡପତ୍ର ଆବେଦନର ଶୁଣାଣି ଗ୍ରୀଷ୍ମ ଅବକାଶ ପରେ ହେବ ବୋଲି ଆଜି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଜେରା ଚାଲିଥିବା ବେଳେ ଆଜି ମଧ୍ୟ ବର୍ଷାଙ୍କୁ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି ଅନୁଭବ । ତେଣେ ତାଙ୍କ ଓକିଲ ୩ ଟି ମୁଖ୍ୟ ପ୍ରସଙ୍ଗ ଉପରେ ବର୍ଷାଙ୍କୁ ଜେରା କରିଛନ୍ତି । ହେଲେ ଭାଷା ଜନିତ ସମସ୍ୟା ରହୁଥିବା କରଣରୁ ମାମଲା ଗଡିଚାଲୁଛି ବୋଲି କହିଛନ୍ତି ଅନୁଭବଙ୍କ ଓକିଲ ।

ସେପଟେ ବର୍ଷାଙ୍କ ଓକିଲ ଅଭିଯୋଗ କରିଛନ୍ତି ଯେ, ଜେରା ପାଇଁ ଆଉ କୌଣସି ବିଷୟ ହିଁ ନାହିଁ । ବରଂ ପ୍ରତିପକ୍ଷ ଅଜଥାରେ କୋର୍ଟଙ୍କ ସମୟ ନଷ୍ଟ କରୁଛନ୍ତି । ଗ୍ରୀଷ୍ଣ ଅବକାଶ ପରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ଆଜି କଟକ ଫ୍ୟାମିଲି କୋର୍ଟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.