ନୂଆଦିଲ୍ଳୀ, ୨/୧୨: ଦେଶରେ ୧ ଡିସେମ୍ବର ଠାରୁ ଡିଜିଟାଲ ମୁଦ୍ରାର ପାଇଲଟ୍ ସଫଳତାପୂର୍ବକ ଲଞ୍ଚ କରାଯାଇଛି। ରିଜର୍ଭ ବ୍ୟାଙ୍କ୍ ପ୍ରଥମ ଦିନରେ ୧.୭୧ କୋଟି ଟଙ୍କା ଜାରି କରିଛି। ପାଇଲଟ ପ୍ରୋଜେକ୍ଟରେ ସାମିଲ୍ ଚାରି ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ସହର ପାଇଁ ଏହି ଡିଜିଟାଲ ଟଙ୍କା ଜାରି କରାଯାଇଥିଲା। ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଆଗାମୀ ସମୟରେ ରିଜର୍ଭ ବ୍ୟାଙ୍କ ଆବଶ୍ୟକତାକୁ ଦେଖି ଡିଜିଟାଲ ଟଙ୍କା ଜାରି କରିବ। ପ୍ରଥମ ପର୍ଯ୍ୟାୟରେ ଦିଲ୍ଳୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଭୁବନେଶ୍ବରରେ ଲଞ୍ଚ କରାଯାଇଛି। ଏହି ସହରରେ ଚାରି ବ୍ୟାଙ୍କ ମାଧ୍ୟମରେ ଡିଜିଟାଲ କରେନ୍ସୀ ଉପଲବ୍ଧ କରାଯାଉଛି।
ପ୍ରଥମ ପର୍ଯ୍ୟାୟ ଆରମ୍ଭରେ ଦେଶରେ ଚାରି ସହରରେ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ୍, ୟେସ୍ ବ୍ୟାଙ୍କ୍ ଏବଂ ଆଇଡିଏଫସି ଫର୍ଷ୍ଟ ବ୍ୟାଙ୍କ୍ ମାଧ୍ୟମରେ ଲଞ୍ଚ କରାଯାଇଛି। ଏହାପରେ ବ୍ୟାଙ୍କ୍ ଅଫ୍ ବରୋଦା, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ ଏବଂ କୋଟକ ମହିନ୍ଦ୍ରା ବ୍ୟାଙ୍କକୁ ଏହି ପାଇଲଟ ପ୍ରୋଜେକ୍ଟରେ ସାମିଲ କରାଯିବ ତଥା ଦ୍ବିତୀୟ ପର୍ଯ୍ୟାୟରେ ଦେଶର ଅନ୍ୟ ସହରରେ ଲଞ୍ଚ କରାଯିବ।
ଆରବିଆାଇ ଦ୍ବାରା ଜାରି କରାଯାଇଥିବା ଏହି ଡିଜିଟାଲ ଟଙ୍କା ଟୋକନ ଭଳି କାମ କରିବ। କହିପାରିବା ଡିଜିଟାଲ ଟଙ୍କା ଏହା ଆମ ପାଖରେ ଥିବା ନୋଟ୍ ର ଡିଜିଟାଲ ସ୍ବରୂପ। ଡିଜିଟାଲ ଟଙ୍କା ନେଣଦେଣ ପିଟୁପି (ପର୍ସନ ଟୁ ପର୍ସନ) ଏବଂ ପିଟୁଏମ (ପର୍ସନ ଟୁ ମର୍ଚ୍ଚାଣ୍ଟ) ଉଭୟରେ କରାଯାଇପାରିବ। ଭାରତର ଅର୍ଥନୀତିକୁ ଡିଜିଟାଲ ଭାବରେ ବିକଶିତ କରିବା ଦିଗରେ ଏହା ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପକୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି।
ଏହା ପୂର୍ବରୁ ଡିଜିଟାଲ ଟଙ୍କାର ଯେତେବେଳେ ହୋଲସେଲ ଟ୍ରାଞ୍ଜାକ୍ସନ ପାଇଁ ଲଞ୍ଚ କରାଯାଇଥିଲା। ସେତେବେଳେ ପ୍ରଥମ ଦିନରେ ୨୭୫ କୋଟିର ନେଣଦେଣ ହୋଇଥିଲା। ଅନେକ ବ୍ୟାଙ୍କ ପ୍ରଥମ ଦିନରେ ଡିଜିଟାଲ ଭର୍ଚୁଆଲର ବ୍ୟବହାର କରି ସରକାରୀ ବଣ୍ଡ୍ ସହ ଜଡ଼ିତ ୪୮ ଡିଲ୍ କରିଥିଲେ। ଯାହା ଭ୍ୟାଲୁ ୨୭୫ କୋଟି ରହିଥିଲା।