ଗାର୍ଗୀ କଲେଜ୍‌ରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ- ୪ ଦିନପରେ ତଦନ୍ତ ଆରମ୍ଭ କଲା ପୁଲିସ

Published By : Prameya-News7 Bureau | February 10, 2020 IST

ନୂଆଦିଲ୍ଲୀ ୧୦।୦୨ - ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଗାର୍ଗୀ ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଚାଲିଥିବା ବେଳେ କିଛି ଦୁର୍ବୃତ୍ତ ଜବରଦସ୍ତ ସେଠାରେ ପହଞ୍ଚି କଲେଜ୍‌ର ଛାତ୍ରୀମାନଙ୍କୁ ଅସଦାଚରଣ କରିବା ସହ ଖରାପ କାମ କରିଥିବା ଅଭିଯୋଗ ହୋଇଥିଲା । ଛାତ୍ରୀମାନଙ୍କୁ ଖରାପ ବ୍ୟବହାର ଦେଖାଇବା ସହ ଏହି ଦୁର୍ବୃତ୍ତମାନେ ଅଲଗା କାମ କରିଥିବା ଛାତ୍ରୀମାନେ ଅଭିଯୋଗ କରିଥିଲେ । ଘଟଣା ଘଟିବାର ୪ ଦିନ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

ସିସିଟିଭି ଫୁଟେଜ୍‌ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଏ ବିଷୟରେ ଅଭିଯୋଗ ମିଳି ନଥିବା କଥା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ସୋମବାରରେ ଶତାଧିକ ଛାତ୍ରୀ କଲେଜ୍‌ ଗେଟ୍‌ ସାମ୍ନାରେ ଧାରଣ ଦେଇଥିଲେ । ଛାତ୍ରୀଙ୍କ ସହ ଅଧ୍ୟାପକମାନେ ଏହି ଘଟଣା ବିଷୟରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ ।

ରବିବାରରେ ଚାଲିଥିବା ବାର୍ଷିକ ଉତ୍ସବ ସମୟରେ କିଛି ଦୁର୍ବୃତ୍ତ ଧସେଇ ପଶିଥିଲେ । ସେମାନେ ଛାତ୍ରୀମାନଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏମାନେ ସମସ୍ତେ ନିଶାସକ୍ତ ଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଏହି ସମୟରେ ଗେଟ୍‌ ନିକଟରେ ଦିଲ୍ଲୀ ପୁଲିସ ଜବାନମାନେ ମୁତୟନ ଥିଲେ ।

ଏହି ସମୟରେ ସୁରକ୍ଷା ବ୍ୟବସ୍ଥା ଠିକ୍‌ ନଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଦିଲ୍ଲୀ ମହିଳା କମିଶନ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଛନ୍ତି । ଦୁର୍ବୃତ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦକ୍ଷିଣ ଦିଲ୍ଲୀର ଡେପୁଟି ପୁଲିସ କମିଶନରଙ୍କୁ ନିର୍ଦେଶ ଦେଇଛନ୍ତି ।

ଦିଲ୍ଲୀର ଅତିରିକ୍ତ ପୁଲିସ କମିଶନର ଗୀତାଞ୍ଜଳୀ ଖଣ୍ଡେଲଓ୍ୱାଲ ଏହି ଘଟଣାର ତଦନ୍ତ କରୁଛନ୍ତି । ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯି ବୋଲି ସେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.