ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ଛାନଭିନ୍, ଫରେନ୍‌ସିକ ଲାବ୍‌କୁ କଲା ଜବତ ମୋବାଇଲ

Published By : Prameya-News7 Bureau | September 25, 2022 IST

ଭୁବନେଶ୍ୱର ୨୫।୦୯: ଗୋପ ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ଛାନଭିନ୍ । ଜବତ ହୋଇଥିବା ତାଙ୍କର ଦୁଇଟି ମୋବାଇଲକୁ ରାଜ୍ୟ ଫରେନସିକ ଲାବ୍ କୁ ପଠାଇଛି ପୋଲିସ । ଆଜି ଫରେନସିକ ଲାବ୍ କୁ ୨ଟି ମୋବାଇଲ ପଠାଯାଇଛି । ସେପଟେ ଘଟଣାର ଅଧିକ ତଦନ୍ତ ପାଇଁ  ପୁଣି ଧର୍ମେନ୍ଦ୍ରଙ୍କ ଘରକୁ ଯିବ କମିଶନରେଟ୍ ପୋଲିସ ଟିମ୍ । ଧର୍ମେନ୍ଦ୍ରଙ୍କ ଘରେ ରହୁଥିବା ରୋଷେୟାଙ୍କ ପରିବାର ଲୋକଙ୍କୁ ମଧ୍ୟ ପୋଲିସ ପଚାର ଉଚୁରା କରିବ।

ସୂଚନାଯୋଗ୍ୟ ଯେ, ଶନିବାର ଦିନ ପୁରୀ ଜିଲ୍ଲା ଗୋପ ୧୧ ନଂ ଜୋନର ଧର୍ମେନ୍ଦ୍ର ସାହୁଙ୍କ ମୃତଦେହ ଭୁବନେଶ୍ୱର ଶିଶୁପାଳଗଡ ଲକ୍ଷ୍ମୀବିହାର ସ୍ଥିତ ଘରୁ ମିଳିଥିଲା । ପାରିବାରକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏପିରିକି ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ କରିଥିବା ପୋଷ୍ଟକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି । “ମୋ ଫୋନ ଦୁଇଟାରେ ସବୁ ଭିଡିଓ ରହିଛି, ତାକୁ ଲୋକଲୋଚନକୁ ଆଣିବେ ବୋଲି ଫେସ୍‌ବୁକ୍‌ରେ ଲେଖିଥିଲେ । ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.