ଖୋର୍ଦ୍ଧା ଅଟ୍ରି ଉଷ୍ଣ ପ୍ରସବଣରେ ବୁଡ ପକାଇଲେ ଶ୍ରଦ୍ଧାଳୁ

Published By : Prameya-News7 Bureau | January 14, 2019 IST

ଖୋର୍ଦ୍ଧା ୧୪|୧: ମକର ସଂକ୍ରାନ୍ତି ପାଇଁ ଖୋର୍ଦ୍ଧା ଅଟ୍ରିରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ମକର ଅବସରରେ ଅଟ୍ରି ଉଷ୍ଣ ପ୍ରସବଣରେ ଲୋକମାନେ ବୁଡ ପକାଇଛନ୍ତି । ଏଠାରେ ବୁଡ ପକାଇଲେ ମାନସିକ ପୂରଣ ହୁଏ ବୋଲି ଲୋକ ବିଶ୍ବାସ ରହିଛି । ମକର ସଂକ୍ରାନ୍ତି ଅବସରରେ ହଟକେଶ୍ବର ଦେବଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି ଭକ୍ତ । ହଟକେଶ୍ବର ଦେବଙ୍କ ନିକଟରେ ବନ୍ଧ୍ୟା ନାରୀମାନେ ମାନସିକ ରଖିଲେ ସେମାନଙ୍କ ମାନସିକ ପୂରଣ ହୋଇଥାଏ । ସେମାନେ ପୁତ୍ର ସନ୍ତାନ ଲାଭ କରନ୍ତି ବୋଲି ବିଶ୍ବାସ ରହିଛି। ଏଠାରେ ମକର ମେଳାର ମଧ୍ୟ ଅନୁଷ୍ଠିତ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.