krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବନ୍ଧୁଙ୍କୁ ମର୍ଣ୍ଣିଂୱାକରେ ନେବା ପାଇଁ ଭିନ୍ନ ଏକ ପ୍ରୟାସ, ଆପଣଙ୍କୁ ନିହାତି ଆସିବ ପସନ୍ଦ

12/11/2023 at 4:33 PM

ନୂଆଦିଲ୍ଲୀ 12/11: ପ୍ରତ୍ୟେକ ସମ୍ପର୍କର ଥାଏ ଭିନ୍ନ ଭିନ୍ନ ଦିଗ ଓ ମହତ୍ତ୍ୱ। କିନ୍ତୁ ବନ୍ଧୁତା ଏପରି ଏକ ସମ୍ପର୍କ ଯାହାର ରହିଛି ଅନେକ ଦିଗ। ଆଉ ତାର ଗୁରୁତ୍ୱ ଓ ମହତ୍ତ୍ୱ କିଛି ଖାସ୍। ବନ୍ଧୁତା ହେଉଛି ପ୍ରେମ, ବିଶ୍ୱାସ ଓ ପରସ୍ପରର ଉତ୍ତମ ବୁଝାମଣା। ବନ୍ଧୁତାରେ ନଥାଏ ଆବିଳତା। ରାଗ, ରୁଷା, ଅଭିମାନ ପରେ ବି ମଜଭୁତ ସଂପର୍କ ବନ୍ଧୁତ୍ୱ। ସେଥିପାଇଁ ତ ସେ ସମ୍ପର୍କ ନିଆରା। ଏହି ବନ୍ଧନ ପରିଭାଷାକୁ ବର୍ଣ୍ଣନା କରିବା ସହଜ ନୁହେଁ। ଅନ୍ୟପଟେ ପ୍ରକୃତ ବନ୍ଧୁ ହିଁ ସ୍ନେହ, ପ୍ରେମ, ଆବେଗ ଓ ବିଶ୍ବାସର ସହ ସମ୍ପର୍କକୁ ସବୁଦିନ ପାଇଁ ବାନ୍ଧି ରଖିଥାନ୍ତି। ବନ୍ଧୁମାନେ ଚିଡେଇଥାନ୍ତି, କନ୍ଦାଇଥାନ୍ତି।  କିନ୍ତୁ ତୁମେ କାନ୍ଦୁଥିବା ସମୟରେ ସେମାନେ ବୁଝେଇ ଦିଅନ୍ତି।  ବେଳେବେଳେ ତୁମକୁ ଅସୁବିଧାରେ ପକାନ୍ତି ଆଉ ତୁମକୁ ଅସୁବିଧାରୁ ବାହାର ବି କରନ୍ତି। ଏହି କାରଣରୁ ଆମେ ମଧ୍ୟ ଆମର ସାଙ୍ଗମାନଙ୍କୁ ଚିଡେଇବାକୁ ଉପଭୋଗ କରୁ।  

ସେହିଭଳି ଏକ ମଜାଦାର ଭିଡିଓ ସୋସିଆଲ୍ ମିଡିଆରେ ହେଉଛି ଭାଇରାଲ। ଏହି ଭିଡିଓ ଦେଖିବା ପରେ ବି ତୁମର ବଦମାସ୍ ବନ୍ଧୁମାନଙ୍କ କଥା ମନେ ପଡ଼ିଯିବ। ଯେଉଁମାନେ ତୁମକୁ ହଇରାଣ କରିବା ପାଇଁ କିଛି ବି କରିବାକୁ ପଛାଉନଥିଲେ। ଏହି ଭିଡିଓରେ ଆପଣ ଦେଖିବେ ଯେ, କିଛି ପୁରୁଷ ବନ୍ଧୁମାନେ ସକାଳ 6ଟାରେ ବ୍ୟାଣ୍ଡ୍ ବାଜା ସହ ନିଜ ବନ୍ଧୁଙ୍କ ଘର ସମ୍ମୁଖରେ ପହଞ୍ଚିଛନ୍ତି। ଏହା ପଛର କାରଣ ଜାଣିଲେ ଆପଣ ହସି ହସି ଗଡ଼ିଯିବେ ।

ସମସ୍ତେ ନିଜକୁ ସୁସ୍ଥ ରଖିବାକୁ କରନ୍ତି ମର୍ଣ୍ଣିଂ ୱାକ୍। ଏପରି ପରିସ୍ଥିତିରେ, ଜଣେ ବନ୍ଧୁ ନିଜ ସାଙ୍ଗମାନଙ୍କୁ ପ୍ରତିଜ୍ଞା କରେ ଯେ, ସେ ମଧ୍ୟ ସକାଳେ ଚାଲିବାକୁ ଯିବେ।  କିନ୍ତୁ ଦୁଃଖର ବିଷୟ, ସକାଳର ନିଦ ଆଗରେ ସେ ନିଜ  ପ୍ରତିଜ୍ଞା ଭୁଲିଯାଏ।  ଏହି ଭିଡିଓରେ ମଧ୍ୟ ସମାନ କିଛି ଦେଖିବାକୁ ମିଳିଥିଲା। କିନ୍ତୁ ସାଙ୍ଗମାନେ ପରେ ଯାହା କଲେ ତାହା କେହି କଳ୍ପନା କରିନଥିଲେ । ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରାଯାଇଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ସକାଳୁ ସାକାଳୁ ଜଣେ ବ୍ୟକ୍ତିଙ୍କ ଘର ସାମ୍ନାରେ ବାଜୁଛି ବ୍ୟାଣ୍ଡ୍ ବାଜା। ବ୍ୟକ୍ତି ଜଣଙ୍କ ବାହାରକୁ ବାହାରି ଏସବୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାହିଁକିନା ବାଦ୍ୟ ଯନ୍ତ୍ର ବଜାଉଥିବା ସବୁ ଲୋକମାନେ ତାଙ୍କର ବନ୍ଧୁ। ସେମାନେ ସକାଳ 6 ଟାରେ ଖୁବ୍ ଜୋରେ ବାଦ୍ୟଯନ୍ତ୍ର ବାଜାଇ ତାଙ୍କୁ ମର୍ଣ୍ଣିଂୱାକରେ ଡାକନ୍ତି। ବ୍ୟକ୍ତି ଜଣକ ହସି ହସି କହୁଛନ୍ତି ଯେ, ସେ ମର୍ଣ୍ଣିଂୱାକରେ ଯିବେ କିନ୍ତୁ ବଜେଇବା ବନ୍ଦ କରନ୍ତୁ ।

 ଭିଡିଓ ପୋଷ୍ଟ କରି ଏଥିରେ କ୍ୟାପସନ ରହିଛି, “ବନ୍ଧୁମାନେ ତାଙ୍କ ବନ୍ଧୁଙ୍କ ଘରକୁ ଆସିଥିଲେ, ଯେଉଁମାନେ 3ଦିନ ଛୁଟିରେ ଥିବା ବନ୍ଧୁଙ୍କୁ ଜାଗ୍ରତ କରିବା ପାଇଁ ସକାଳ 6 ଟାରେ ବାଦ୍ୟଯନ୍ତ୍ର ନେଇ ପହଞ୍ଚିଥିଲେ।” ଏହି ଭିଡିଓକୁ 3 ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଏହି ଭିଡିଓରେ ଅନେକ ଲୋକ କମେଣ୍ଟ୍ ଦେଇଛନ୍ତି । ଜଣେ ଉୟୁଜର ଲେଖିଛନ୍ତି, ୱାଃ ବନ୍ଧୁ ହେବତ ଏମିତି !  ଅନ୍ୟ ଜଣେ ୟୁଜର ଲେଖିଛନ୍ତି ପ୍ରତ୍ୟେକ ବନ୍ଧୁ ଗୁରୁତ୍ୱପୂର୍ଣ୍ଣ, ବନ୍ଧୁତା ଏକ ଅମୂଲ୍ୟ ସମ୍ପଦ, ଏହାକୁ କେବେ ହରାନ୍ତୁ ନାହିଁ ।  ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ତାଙ୍କ କାର୍ଯ୍ୟକଳାପରେ ପଡ଼ୋଶୀମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରପାରନ୍ତି।  ଆଉ ଜଣେ ୟୁଜର ସେଖିଛନ୍ତି ଯେ, କେବଳ ଭାଗ୍ୟବାନ ଲୋକମାନଙ୍କୁ ଏଭଳି ବନ୍ଧୁ ମିଳନ୍ତି, ଯେଉଁମାନେ ନିଜ ବନ୍ଧୁର ସ୍ୱାସ୍ଥ୍ୟପ୍ରତି ଯତ୍ନବାନ୍ । ଯାହା ବି ହେଉ ଭିଡିଓଟି ବେଶ୍ ମଜାଦାର।

Also Read-ଇତିହାସ ପାଲଟିବ କଳା-ହଳଦିଆ ଟ୍ୟାକ୍ସି, ମୁମ୍ବାଇ ରାଜରାସ୍ତାରୁ ହେଲା ଉଭାନ

   Related Posts