ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଭଦ୍ରକରେ ବିକାଶ ମେଳାର ଆୟୋଜନ, ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | June 17, 2025 IST

ଭଦ୍ରକ: ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଭଦ୍ରକ ଜିଲ୍ଲାରେ ଆୟୋଜିତ ଜିଲ୍ଲାସ୍ତରୀୟ ବିକାଶ ମେଳା ଓ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟମେଳାରେ ଯୋଗ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ନେହେରୁ ଷ୍ଟାଡିୟମ ଠାରେ ଆୟୋଜିତ ବିକାଶ ମେଳାରେ ପହଞ୍ଚି ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ଵାରା ଆୟୋଜିତ ପାରମ୍ପରିକ ଖାଦ୍ୟ ଓ ମେଳାରେ ଥିବା ଅନ୍ୟାନ୍ୟ ଷ୍ଟଲ ବୁଲି ଦେଖିଥିଲେ ଉପମୁଖ୍ୟମନ୍ତ୍ରୀ। 

ପରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ କରିବା ସହ ଶିକ୍ଷା ବିଭାଗ ତରଫରୁ ଆୟୋଜିତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ, ଲକ୍ଷପତି ଦିଦିଙ୍କ ସହ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀ ସମ୍ବର୍ଦ୍ଧିତ କରିଥିଲେ। 

ଆହୁରି ମଧ୍ୟ ଉପମୁଖ୍ୟମନ୍ତ୍ରୀ ଏହି ଅବସରରେ ଦିବ୍ୟାଙ୍ଗଙ୍କୁ ତିନି ଚକିଆ ଯାନ ପ୍ରଦାନ କରିଛନ୍ତି। ଏହି ସମୟରେ ଉପମଖ୍ୟମନ୍ତ୍ରୀଙ୍କ ସହ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ  ଓ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଯୋଗ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.