ପାର୍ବଣ ଋତୁ ପରେ ବଜାର ଶୁନସାନ୍, ଚାହିଦା ଠପ, ଫଶି ରହିଛି ବ୍ୟବସାୟୀଙ୍କ କୋଟି କୋଟି ଟଙ୍କାର ମାଲ୍

Published By : Prameya-News7 Bureau | December 01, 2023 IST

ନୂଆଦିଲ୍ଲୀ ୧।୧୨: ଦେଶରେ ସରିବାକୁ ଯାଉଛି ପାର୍ବଣ ଋତୁ। ନବରାତ୍ରରୁ ଆରମ୍ଭ ହୋଇଥିବା ପର୍ବପର୍ବାଣୀ ବଜାରରେ ଚମକ୍ ଆଣିଦେଇଥିଲା। ଏହି ସମୟରେ ଲୋକଙ୍କ କିଣାକିଣି ଚାହିଦା ବ୍ୟବସାୟୀଙ୍କୁ ବେଶ୍ ଉତ୍ସାହିତ କରିଥିଲା। ଏଣୁ ବେପାରୀ ଅଧିକରୁ ଅଧିକ ମାଲ ଆଣି ବଜାରରେ ଠୁଳ କରିଥିଲେ। ତେବେ ଦିପାବଳୀ ସହ ପାର୍ବଣ ଋତୁ ଶେଷ ହୋଇଥିବା ବେଳେ ଲୋକେ ବଜାରରୁ ମୁହଁ ଫେରାଇ ନେଇଛନ୍ତି। ଏଣୁ ବ୍ୟବସାୟୀ ଠୁଳ କରିଥିବା ସାମଗ୍ରୀ ବଜାରରେ ଏବେ ଜମି ଯାଇଛି।

ପାର୍ବଣ ପରେ ଲୋକେ କିଣାକିଣିରେ ପଇସା ଖର୍ଚ୍ଚ କରିବାକୁ ଆଗ୍ରହୀ ନାହାନ୍ତି। ଏହି କାରଣରୁ ବଜାରରେ ବ୍ୟବସାୟୀଙ୍କ ସାମଗ୍ରୀ ଜମା ହୋଇ ରହିଛି। ଏଫଏମସିଜି ସେକ୍ଟରରୁ ଆରମ୍ଭ କରି ରିଟେଲର ଓ ଡିଷ୍ଟ୍ରିବ୍ୟୁଟରଙ୍କ ପାଖରେ କୋଟି କୋଟି ଟଙ୍କାର ସାମାନ ଫଶି ରହିଛି। ଏବେ ସେମାନଙ୍କୁ ସେମାନଙ୍କ ଅଟକି ଯାଇଥିବା ପଇସାର ଚିନ୍ତା ଘାରିଛି। ସପ୍ଲାଇ ଚେନ୍‌ କେବେ ସକ୍ରିୟ ହେବ , ସେମାନଙ୍କ ଅଟକି ରହିଥିବା ପଇସା ଆଦାୟ ହେବ ଏବେ ସେହି ଚିନ୍ତାରେ ସମସ୍ତେ।

{"id":877267,"width":841,"height":473,"sizeSlug":"full","linkDestination":"none"}

ବଜାର ବିଶେଷଜ୍ଞଙ୍କ ଅନୁସାରେ ଚଳିତବର୍ଷ ଫେଷ୍ଟିଭ ସିଜିନରେ ଯେତିକି ଚାହିଦାର ଆଶା କରାଯାଉଥିଲା, ଲୋକଙ୍କ ଠାରେ ସେତିକି ଚାହିଦା ଦେଖାଯାଇ ନାହିଁ। ତେବେ ଡିଷ୍ଟ୍ରିବ୍ୟୁଟର ଓ ରିଟେଲର ଲୋକଙ୍କ ଚାହିଦାକୁ ଦେଖି ସାମଗ୍ରୀ ଠୁଳ କରିଦେଇଥିଲେ। ହେଲେ ଏବେ ଚାହିଦା ବିଲକୁଲ ନାହିଁ। ଯାହା ଏବେ ସମସ୍ୟାର କାରଣ ପାଲଟିଛି। ଦିପାବଳୀ ପର୍ଯ୍ୟନ୍ତ ଲୋକଙ୍କର କିଣାକିଣି ପାଇଁ ବେଶ୍ ଆଗ୍ରହ ଥିଲା। ହେଲେ ଦିପାବଳୀ ପରଠାରୁ ବଜାର ଥଣ୍ଡା ପଡିଛି। ବିସ୍କୁଟ, ଚକଲେଟ୍ ଓ କନଫେକ୍ସନାରୀ ସେଗମେଣ୍ଟରେ ଚାହିଦା ସବୁଠୁ କମ୍‌ ଦେଖିବାକୁ ମିଳିଛି।

ଦିପାବଳୀ ପାଇଁ ପ୍ରସ୍ତୁତ କରାଯାଇଥିବା ଗିଫ୍ଟ ପ୍ୟାକ୍‌ ଦିପାବଳୀ ପରେ ଯେମିକି ସେମିତି ରହିଛି। ଏଥର ଦିପାବଳୀରେ ଗିଫ୍ଟ ପ୍ୟାକ୍‌ ଚାହିଦା ସବୁଠୁ କମ୍‌ ଥିଲା। ଏଥିରେ ବ୍ୟୁଟି ଓ କସମେଟିକ୍ସ ପ୍ରଡକ୍ଟକୁ ସବୁଠୁ ଖରାପ ସମୟ ଦେଖିବାକୁ ପଡୁଛି। ଏଥିରେ ସାବୁନ ଓ ଡିଟରଜେଣ୍ଟ କଥା ପଚାରେ କିଏ?ତେବେ ଏଥିରେ ନିବେଶ ହୋଇଥିବା ରାଶି ଏବେ ଉଭୟ ଡିଷ୍ଟ୍ରିବ୍ୟୁଟର ଓ ରିଟେଲରଙ୍କ ନିମନ୍ତେ ଚିନ୍ତାର କାରଣ ପାଲଟିଛି। ଯେଉଁ ମାଲ୍ ସପ୍ତାହଟେ ବି ରହୁନଥିଲା ଏବେ ସେହି ମାଲ ବିକ୍ରି ହେବାକୁ ମାସ ଲାଗି ଯାଉଛି। ଏଥି ପାଇଁ ବ୍ୟବସାୟୀ ଏବେ ଅଧିକ କ୍ରେଡିଟ୍ ଦେବାକୁ ବାଧ୍ୟ ହେଉଛନ୍ତି।

{"id":877270,"width":844,"height":527,"sizeSlug":"full","linkDestination":"none"}

ତଥ୍ୟ ଅନୁସାରେ ଦେଶରେ ପାଖାପାଖି ୪ଲକ୍ଷ ଡିଷ୍ଟ୍ରିବ୍ୟୁଟର ଓ ଷ୍ଟକିଷ୍ଟ ଅଛନ୍ତି। କଞ୍ଜ୍ୟୁମର ଗୁଡସ୍ କମ୍ପାନୀମାନେ ଉପୁଜିଥିବା ପରିସ୍ଥିତି ସମ୍ପର୍କରେ ପ୍ରାୟ ଜାଣନ୍ତି। ଏଥିରେ ଇ-କମର୍ସ  ପ୍ଲାଟଫର୍ମ ଓ ଛୋଟ କମ୍ପାନୀ ସମସ୍ୟା ଭାବେ ଉଭା ହୋଇଛନ୍ତି। ପାର୍ବଣ ପରେ ଗ୍ରାମୀଣ ଅଞ୍ଚଳର ଚାହିଦାରେ ତୀବ୍ର ହ୍ରାସ ଦେଖାଯାଇଛି। ତେବେ ଏହି ସବୁ ପରିସ୍ଥିତିର ମୁକାବିଲା ନିମନ୍ତେ କମ୍ପାନୀମାନେ ଏବେ ଶସ୍ତା ପ୍ୟାକ୍ ଲଞ୍ଚ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି।   

ଏବେବି ଲିଗାଲ ଟେଣ୍ଡରରେ ଅଛି ୨୦୦୦ ଟଙ୍କା ମୁଦ୍ରା, ବ୍ୟାଙ୍କକୁ ଫେରିଛି ୯୭ ପ୍ରତିଶତରୁ ଅଧିକ ନୋଟ୍ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.