LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବଢ଼ୁଛି ଏଆଇ ଚାହିଦା, ଭାରତରେ ୪୫ ହଜାରରୁ ଅଧିକ ଚାକିରି: ରିପୋର୍ଟ

20/03/2023 at 10:29 PM

ନୂଆଦିଲ୍ଲୀ, ୨୦/୦୩: ବର୍ତ୍ତମାନ ସମୟରେ ବିଭିନ୍ନ ଉଦ୍ୟୋଗରେ କୃତ୍ରିମ ବୁଦ୍ଧିମତା (AI) ର ଆବଶ୍ୟକତା ଲଗାତାର ବଢ଼ିବାରେ ଲାଗିଛି। ଯେଉଁଥିପାଇଁ ଏହି ସେକ୍ଟର ଏବେ ଖୁବ୍ ଚର୍ଚ୍ଚାରେ ଅଛି। ନିକଟରେ ଆସିଥିବା ଏକ ରିପୋର୍ଟ ଅନୁଯାୟୀ, ଫେବ୍ରୁଆରୀ ୨୦୨୩ ସୁଦ୍ଧା ଭାରତରେ ହିଁ  ୪୫ ହଜାର ଏଆଇ ଚାକିରି ପାଇଁ ଖାଲି ପଦବୀ ଥିଲା। ଯେଉଁଥିରେ ଡାଟା ସାଇଣ୍ଟିଷ୍ଟ ଏବଂ ମେସିନ୍‌ ଲର୍ଣ୍ଣିଂ (ML) ଇଞ୍ଜିନିୟର୍ସଙ୍କ ସବୁଠୁ ଅଧିକ ଚାହିଦା ଥିବା କ୍ୟାରିୟର ମଧ୍ୟରୁ ଗୋଟିଏ ଥିଲା।

ଟିମ୍‌ଲିଜ୍ ଦ୍ବାରା କୃତ୍ରିମ ବୁଦ୍ଧିମତା (AI) କୁ ନେଇ ପ୍ରସ୍ତୁ୍ତ ହୋଇଥିବା ଏକ ରିପୋର୍ଟରେ ML ପାଇଁ ଆବେଦନ ବଢ଼ିଛି। ଫଳରେ କମ୍ପ୍ୟୁଟର ଭାଷା ଲେଖିବା ପାଇଁ ଏଆଇ ଏକ୍ସପର୍ଟଙ୍କ ଚାହିଦା ବଢ଼ିଛି। ଏହା ସହ ଏଆଇରେ କ୍ୟାରିୟର କରିବା ପାଇଁ ପାରମ୍ପରିକ ଏମଏଲ ମଡେଲର ଦକ୍ଷତା ବୃଦ୍ଧି କରିବା ସବୁଠୁ ଅଧିକ ହୋଇପଡ଼ିଛି। ସବୁଠୁ ଭଲ କଥା ହେଉଛି, ଏଆଇ ନୂଆ ଭାବରେ ଏହି କ୍ଷେତ୍ରକୁ ଆସୁଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ଭଲ ଦରମା ମିଳୁଛି।

ଟିମଲିଜ୍ ଡିଜିଟାଲର ସିଇଓ ସୁନୀଲ ଚେମ୍ମାନକୋଟିଲ କହିଛନ୍ତି ଯେ ଏଆଇ ବଜାରରେ ମଧ୍ୟ ପରିବର୍ତ୍ତନ ଆଣିଛି। ଏହି କ୍ଷେତ୍ରକୂ ସେହି ବୃତ୍ତିଧାରୀଙ୍କ ଆବଶ୍ୟକ ରହିଛି ଯେଉଁମାନେ ଏଆଇ ଟେକ୍ନୋଲୋଜିକୁ ଡିଜାଇନ, ବିକଶିତ ଏବଂ କାର୍ଯ୍ୟକ୍ଷମ କରିପାରୁଛନ୍ତି। ଟିମଲିଜ୍ ଡିଜିଟାଲ୍‌ ମୁଖ୍ୟ ବ୍ୟବସାୟିକ ଅଧିକାରୀ, ଶିବ ପ୍ରସାଦ ନନ୍ଦୁରୀ କହିଛନ୍ତି ଯେ ଦ୍ରୁତ ଭାବରେ ବିକଶିତ ହେଉଥିବା ବଜାରରେ ଏଆଇ ଦକ୍ଷତା ବିକଶିତ କରିବା ଦ୍ବାରା କ୍ୟାରିୟରରେ ବୃଦ୍ଧି ହେବା ସହ ରୋଜଗାର ମଧ୍ୟ ବଢ଼ୁଛି। ଏଆଇ ସବୁ ଉଦ୍ୟୋଗରେ ପରିବର୍ତ୍ତନ ଆଣୁଛନ୍ତି। ଏଆଇ ଦକ୍ଷତା ବିକାଶିତ କରିବା ଦ୍ବାରା ଉତ୍ତମ ଦରମା ଥିବା ଚାକିରି ମିଳିପାରିବ। ବାରମ୍ବାର ଚାକିରି ବଦଳାଇବା ଭଳି ପରିସ୍ଥିତି ସୃଷ୍ଟି ହେବନାହିଁ। ଏଆଇ ଦକ୍ଷତା ବିକଶିତ କରିବା ବ୍ୟକ୍ତି ଏବଂ ତାଙ୍କର କ୍ୟାରିୟର ପାଇଁ ଦୀର୍ଘ ସମୟ ଧରି ଲାଭ ପ୍ରଦାନ କରିପାରିବ।

ଟିମଲିଜ୍ ଡିଜିଟାଲ ଦ୍ବାରା କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ, ୩୭ ପ୍ରତିଶତ ସଂଗଠନ ଏଆଇ ଜ୍ଞାନ ଥିବା କର୍ମଚାରୀଙ୍କୁ ଅଧିକ ପସନ୍ଦ କରୁଛନ୍ତି। ସେହିପରି ୩୦ ପ୍ରତିଶତ ସଂଗଠନ କହିଛନ୍ତି ଏଆଇ ଶିଖିବା ଦ୍ବାରା ଲୁଚି ରହିଥିବା ପ୍ରତିଭାକୁ ଆହୁରି ଦକ୍ଷ କରାଯାଇପାରିବ ଏବଂ ଏହାର ଆବଶ୍ୟକତା ମଧ୍ୟ ରହିଛି। ୫୬ ପ୍ରତିଶତ ସଂସ୍ଥା କହିଛନ୍ତି ଯେ ଏଆଇ ଚାହିଦ-ଯୋଗାଣ ପ୍ରତିଭା ମଧ୍ୟରେ ଥିବା ଶୂନ୍ୟସ୍ଥା ପୂରଣ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି।

   Related Posts