ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ବହୁ ଚର୍ଚିତ ଜଘନ୍ୟ ତନ୍ଦୁର ହତ୍ୟାକାଣ୍ଡ ମାମଲା: ସୁଶୀଲ ଶର୍ମାଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦେଶ

21/12/2018 at 7:43 PM

ଦିଲ୍ଲୀ ୨୧/୧୨ : ୧୯୯୫ ମସିହା ଜୁଲାଇ ୩ ତାରିଖରେ ପୁରା ଦେଶକୁ ଦୋହଲାଇ ଦେଇଥିଲା ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟଣା | ନୈନା ସାହାଣୀ ତନ୍ଦୁର ହତ୍ୟାକାଣ୍ଡର ଦୋଷୀ ସୁଶୀଲ ଶର୍ମାକୁ ହାଇକୋର୍ଟ ଖଲାସ କରିବା ପାଇଁ ନିର୍ଦେଶ ଦେଇଛନ୍ତି | ୨୦୦୦ ମସିହାରେ ଟ୍ରାଏଲ କୋର୍ଟ ସୁଶୀଲ ଶର୍ମାକୁ ସ୍ତ୍ରୀର ହତ୍ୟା କରିଥିବା ଅଭିଯୋଗରେ ଫାଶୀ ଦଣ୍ଡ ଶୁଣାଇଥିଲେ | ଟ୍ରାଏଲକୋର୍ଟର ଏହି ନିଷ୍ପତ୍ତିକୁ ହାଇକୋର୍ଟ ସ୍ଥଗିତ ରଖିଥିଲେ | କିନ୍ତୁ ପରେ ସୁପ୍ରିମକୋର୍ଟ ଏହି ଦଣ୍ଡକୁ ବଦଳାଇ ସୁଶୀଲକୁ ଆଜୀବନ କାରାଦଣ୍ଡ ଦଣ୍ଡ ଶୁଣାଇଥିଲେ |

ସୂଚନାଯୋଗ୍ୟ ଯେ, ଏହି ରୋମ ଟାଙ୍କୁରା ହତ୍ୟା ଘଟଣା ଦିଲ୍ଲୀ ଗୋଲ ବଜାର ସ୍ଥିତ ସରକାରୀ ଫ୍ଲାଟ ନ-୮/୨ଏ ରେ ଘଟିଥିଲା | ସୁଶୀଲ ଶର୍ମା ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ନୈନା ଶର୍ମାଙ୍କୁ ହତ୍ୟା କରି ତାଙ୍କ ଶବକୁ ତନ୍ଦୁର ଭାଟିରେ ପୋଡି ଦେଇଥିଲେ | ସୁଶୀଲ ଦିଲ୍ଲୀ କଂଗ୍ରେସର ପୂର୍ବତ୍ତନ ଯୁବ ଅଧ୍ୟକ୍ଷ ଥିଲେ | ସୁପ୍ରିମକୋର୍ଟର ଶୁଣାଣି ପରେ ସୁଶୀଲ ଜେଲରେ ସଜା ଭୋଗୁଥିଲେ |

ତେବେ ୫୬ ବର୍ଷ ବୟସ୍କ ସୁଶୀଲ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ ଯେ, ସେ ବିଗତ ୨୩ ବର୍ଷ ହେଲାଣି ଜେଲରେ ସଜା ଭୋଗୁଛନ୍ତି | ଆବେଦନ ପତ୍ରରେ ସେ ଲେଖିଥିଲେ ଯେ, ଯଦି କ୍ଷମା ପ୍ରାର୍ଥନାର ଅବଧି ଏଥିରେ ଯୋଡି ଦିଆଯାଏ ତାହେଲେ ୨୯ ବର୍ଷ ୬ ମାସ ହେଲାଣି ସେ ଜେଲରେ ସଜା ଭୋଗୁଛନ୍ତି | ଏହି ସଜା ଆଧାରରେ ସେ ଦିଲ୍ଲୀ ହାଇକୋର୍ଟରେ କ୍ଷମା ପ୍ରାଥନା କରିଛନ୍ତି | ତେବେ ପୂର୍ବ ଶୁଣାଣିରେ ହାଇକୋର୍ଟ ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ, ୨୯ ବର୍ଷର କଏଦୀ ସଜା ପରେ ମଧ୍ୟ କାହିଁକି ସୁଶୀଲ ଶର୍ମାକୁ ଜେଲରୁ ମୁକ୍ତ କରାଯାଇନାହିଁ |

ଏହି ମାମଲାରେ ସୁଶୀଲ ଶର୍ମାର ଆବେଦନକୁ ସେଂଟନ୍ସ ରିଭ୍ୟୁ ବୋର୍ଡ ଏବଂ ଦିଲ୍ଲୀ ସରକାର ଖାରଜ କରିଦେଇଥିଲେ | ଏହାପରେ ସୁଶୀଲ ଦିଲ୍ଲୀ ହାଇକୋର୍ଟରେ ଆବେଦନ ଦାଖଲ କରିଥିଲେ | ଏହି ଘଟଣାର ପ୍ରଭାବ ଅନ୍ୟାନ୍ୟ ମାମଲା ଉପରେ ମଧ୍ୟ ପଡିବ ବୋଲି ଆଶଙ୍କା କରାଯାଇଛି | ଯେଉଁ କଏଦୀମାନେ ସଜା କାଟିସାରି ଏବେ ପର୍ଯ୍ୟନ୍ତ ଜେଲରୁ ମୁକ୍ତ ହୋଇନାହାନ୍ତି ତାଙ୍କ ଉପରେ ଏହାର ପ୍ରଭାବ ପଡିବ ବୋଲି କୋର୍ଟ ଆଶଙ୍କା କରିଥିଲେ |

   Related Posts