ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମଦନ ଲାଲ ଖୁରାନାଙ୍କ ପରଲୋକ
28/10/2018 at 11:30 AM

ନୂଆଦିଲ୍ଲୀ ୨୮/୧୦: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମଦନ ଲାଲ ଖୁରାନାଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି କୋମାରେ ଥିଲେ ଖୁରାନା। ବ୍ରେନଷ୍ଟ୍ରୋକ ଯୋଗୁ ସେ କୋମାକୁ ଚାଲିଯାଇଥିଲେ। ଗତକାଲି ରାତି ୧୧ଟାରେ ତାଙ୍କର ପରଲୋକ ହୋଇଥିଲା।