IPL 2022: ‘କର ବା ମର’ ମୁକାବିଲାରେ ମୁମ୍ବାଇକୁ ୧୬୦ ରନ ଟାର୍ଗେଟ୍ ଦେଲା ଦିଲ୍ଲୀ
21/05/2022 at 9:31 PM

ମୁମ୍ବାଇ: ନିଜର କର ବା ମର ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସ ବିରୋଧରେ ଲଢୁଆ ସ୍କୋର କରିଛି। ଦଳ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୫୯ ରନ କରିଛି। ପ୍ଲେ ଅଫରେ ପ୍ରବେଶ କରିବାକୁ ହେଲେ ଦିଲ୍ଲୀକୁ ଏହି ସ୍କୋର ଭିତରେ ମୁମ୍ବାଇକୁ ସୀମିତ ରଖିବାକୁ ପଡିବ। ଦଳ ପକ୍ଷରୁ ରୋଭମାନ ପାଓ୍ଵେଲ ୪୩ ରନ ଏବଂ ଋଷଭ ପନ୍ତ ୩୯ ରନ କରିଛନ୍ତି। ପୃଥ୍ଵୀ ଶ ୨୪ ରନ କରିଥିବା ବେଳେ ଅକ୍ଷର ପଟେଲ୍ ଅପରାଜିତ ୧୯ ରନ କରିଛନ୍ତି। ପନ୍ତ ଏବଂ ପାଓ୍ଵେଲଙ୍କ ମଧ୍ୟରେ ପଞ୍ଚମ ଓ୍ଵିକେଟ୍ରେ ୭୫ ରନ ଭାଗିଦାରୀ ଯୋଗୁଁ ଦିଲ୍ଲୀ ଏହି ସ୍କୋରରେ ପହଞ୍ଚି ପାରିଛି। ମୁମ୍ବାଇ ତରଫରୁ ଯଶପ୍ରୀତ ବୁମରା ୨୫ ରନ ଦେଇ ୩ଟି ସଫଳତା ହାସଲ କରିଛନ୍ତି। ରମଣଦୀପ ସିଂହ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ମୟଙ୍କ ମାର୍କେଣ୍ଡେୟ ଏବଂ ଡାନିଏଲ ସାମ୍ସ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।