ରାଜୀବ ଗାନ୍ଧିଙ୍କୁ ଦିଆଯାଇଥିବା ‘ଭାରତ ରତ୍ନ’ ପ୍ରତ୍ୟାହାର ଦାବି କରି ଦିଲ୍ଲୀ ବିଧାନସଭାରେ ପ୍ରସ୍ତାବ ପାସ୍

Published By : Prameya-News7 Bureau | December 22, 2018 IST

ଦିଲ୍ଲୀ ୨୨|୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ଦିଲ୍ଲୀରେ ହୋଇଥିବା ଶିଖ୍ ବିରୋଧୀ ଦଙ୍ଗାକୁ ନେଇ ରାଜୀବ ଗାନ୍ଧିଙ୍କୁ ଦିଆଯାଇଥିବା ଭାରତ ରତ୍ନ ପ୍ରତ୍ୟାହାର ଦାବି କରି ଦିଲ୍ଲୀ ବିଧାନସଭାରେ ସର୍ବସହମତି କ୍ରମେ ପ୍ରସ୍ତାବ ପାସ୍ ହୋଇଛି ।

{"id":66143}

ନିକଟରେ ଶିଖ୍ ଦଙ୍ଗା ମାମଲାରେ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଦିଲ୍ଲୀ ହାଇକୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହାପରେ ଆମ୍ ଆଦମୀ ପାର୍ଟି ଶିଖ୍ ଦଙ୍ଗାରେ ସାମିଲ ହେବାର ଅଭିଯୋଗ ଲଗାଇ ମଧ୍ୟପ୍ରଦେଶର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ବିରୋଧ କରିଥିଲେ । କମଲ ନାଥଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ନହେବା ଉଚିତ୍ ବୋଲି ଆମ୍ ଆଦମୀ ପାର୍ଟି ଦାବି କରିଥିଲା ।

{"id":66144}

୧୯୮୪ ମସିହା ଅକ୍ଟୋବର ୩୧ରେ ରାଜୀବଙ୍କ ମାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ତାଙ୍କର ଦୁଇଜଣ ଶିଖ୍ ଅଙ୍ଗରକ୍ଷୀଙ୍କ ଦ୍ବାରା ହୋଇଥିଲା । ଏହାପରେ ଦିଲ୍ଲୀରେ ଶିଖ୍ ବିରୋଧୀ ଦଙ୍ଗା ହୋଇଥିଲା । ଏହି ଦଙ୍ଗାରେ ପ୍ରାୟ ୩୦୦୦ଲୋକଙ୍କର ମୃତ୍ୟୁ ହୋଇଥିଲା ।

{"id":66145}

ରାଜୀବ ଗାନ୍ଧିଙ୍କୁ ଯେତେବେଳେ ଏହି ଦଙ୍ଗା ବିଷୟରେ ପଚରାଯାଇଥିଲା ସେତେବେଳେ ସେ ସେହି ଦଙ୍ଗାକୁ ଉଚିତ୍ ବୋଲି କହିଥିଲେ । ତାଙ୍କର ଏଭଳି ବୟାନକୁ ନେଇ ସେହି ସମୟରେ ଜୋରଦାର ଆଲୋଚନା ମଧ୍ୟ ହୋଇଥିଲା । ଏହା ମଧ୍ୟ କୁହାଯାଉଥିଲା ଯେ ଏହି ଦଙ୍ଗା କଂଗ୍ରେସ ସରକାରଙ୍କ ଦ୍ବାରା ପ୍ରାୟୋଜିତ ଥିଲା । ଏହି ଦଙ୍ଗାରେ କେତେକ କଂଗ୍ରେସ ନେତାଙ୍କ ନାଁ ମଧ୍ୟ ଆଗକୁ ଆସିଥିଲା । ଆମ୍ ଆଦମୀ ପାର୍ଟିର ସଦସ୍ୟ ଏବଂ ଦଙ୍ଗା ପୀଡିତଙ୍କ ଓକିଲ ଏଚ.ଏସ. ଫୁଲ୍କା କେତେକ ସମୟରେ ଏହି ଦଙ୍ଗା ପାଇଁ କଂଗ୍ରେସକୁ ଦାୟୀ କରିଥିଲେ ।

୧୯୯୧ମସିହାରେ ରାଜୀବ ଗାନ୍ଧିଙ୍କୁ ମରଣୋତ୍ତର ଭାରତ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.