ଅନୀଲ ଅମ୍ବାନୀଙ୍କୁ ଆଶ୍ୱସ୍ତି, ବିକ୍ରି ହୋଇଗଲା ଋଣରେ ବୁଡିଥିବା ଏହି କମ୍ପାନୀ, ଜାଣନ୍ତୁ କିଣିଲେ କିଏ?

Published By : Prameya-News7 Bureau | October 15, 2022 IST

ମୁମ୍ବାଇ ୧୫।୧୦: କରଜରେ ବୁଡି ଯାଇଥିବା ରିଲାଏନ୍ସ କ୍ୟାପିଟାଲର ସବସିଡାରୀ କମ୍ପାନୀ ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ଲିମିଟେଡ (ଆରସିଏଫଏଲ) ଶେଷରେ ବିକ୍ରି ହୋଇଯାଇଛି। ଆଟମ ଇନଭେଷ୍ଟମେଣ୍ଟ ଏଣ୍ଡ ଇନଫ୍ରାଷ୍ଟ୍ରକ୍ଚର ଶୁକ୍ରବାର ଆରସିଏଫଏଲକୁ ୧ କୋଟି ଟଙ୍କାରେ କିଣି ନେଇଛନ୍ତି। ରିଲାଏନ୍ସ କ୍ୟାପିଟାଲ ଶନିବାର ଏହି ସୂଚନା ଦେଇଛନ୍ତି।

ଏ ନେଇ ରିଲାଏନ୍ସ କ୍ୟାପିଟାଲ ନିୟାମକୀୟ ଫାଇଲିଂ କରିଛନ୍ତି। ଏଥିରେ କମ୍ପାନୀ ଘୋଷଣା କରିଛନ୍ତି ଯେ ଭାରତୀୟ ରିଜର୍ଭବ୍ୟାଙ୍କ (ଆରବିଆଇ)ଙ୍କ ସମାଧାନ ଯୋଜନା କାର୍ଯ୍ୟାନ୍ୱୟନ ଅନୁସରଣରେ ପୂର୍ଣ୍ଣ ମାଲିକାନାଧିନ ସହାୟକ କମ୍ପାନୀରେ ଥିବା ଅଂଶିଦାରୀ ଆଟମ ଇନଭଏଷ୍ଟମେଣ୍ଟ ଏଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡକୁ ବିକି ଦେଇଛନ୍ତି।

ଆଟମ ଇନଭେଷ୍ଟମେଣ୍ଟ ଆରସିଏଫଏଲକୁ ୧ କୋଟି ଟଙ୍କାରେ କିଣିଛନ୍ତି। ଏହା ରିଲାଏନ୍ସ କ୍ୟାପିଟାଲର ପ୍ରଥମ ସହାୟକ କମ୍ପାନୀ। ଯାହାର ସଫଳତା ପୂର୍ବକ ସମାଧାନ ହୋଇଥିବା ରିଲାଏନ୍ସ କ୍ୟାପିଟାଲ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.