ନୂଆଦିଲ୍ଲୀ ୧୨।୦୭; ଲଭ୍ ବାଇଟ୍ ପ୍ରେମୀ ଯୁଗଳଙ୍କ ଭାବନାର ଏକ ଛୋଟ ଚିହ୍ନ କିନ୍ତ ଏଥିରେ ଲୁଚି ରହିଥାଏ ଉଭୟଙ୍କ ମଧ୍ୟରେ ନିବିଡ଼ ପ୍ରେମ । ଲଭ୍ ବାଇଟ୍ କେବଳ ଏକ ଚିହ୍ନ ନୁହେଁ ବରଂ ମୁହୂର୍ତ୍ତର ଭାବନା । ପ୍ରେମରେ ଆପଣଙ୍କ ସାଥୀଙ୍କୁ ଲଭ୍ ବାଇଟ୍ ଦେବା ସାଧାରଣ କଥା, କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଲଭ୍ ବାଇଟ୍ ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିପାରେ? ଲଭ୍ ବାଇଟ୍ ଦ୍ବାରା ରକ୍ତ ଜମାଟ ବାନ୍ଧିଥାଏ, ଚର୍ମ ନୀଳ ପଡିବା, ଦରଜ ହେବା ପରି ସମସ୍ୟା ବ୍ୟତୀତ କିଛି ଗମ୍ଭୀର ସମସ୍ୟା ମଧ୍ୟ ସାମ୍ନା କରିବାର ସମ୍ଭାବନା ରହିଛି । ଏହି ସମସ୍ୟାଗୁଡ଼ିକ ମଧ୍ୟରେ ଷ୍ଟ୍ରୋକ୍ ମଧ୍ୟ ସାମିଲ। ଲଭ୍ ବାଇଟ୍ କିମ୍ବା ହିକି ଦ୍ୱାରା ହେଉଥିବା ବିପଦ ବିଷୟରେ ସମସ୍ତେ ସଚେତନ ହେବା ଉଚିତ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ...
ଲଭ୍ ବାଇଟ୍ ବା ହିକ୍କି କଣ ?
ହିକି, ଯାହାକୁ ଲଭ୍ ବାଇଟ୍ ନାମରେ ମଧ୍ୟ ଜଣାଯାଏ। ଏହା ଆପଣଙ୍କ ଚର୍ମରେ ଏକ ଗାଢ଼ ଲାଲ ଚିହ୍ନ ଯାହା ୨୦ କିମ୍ବା ୩୦ ସେକେଣ୍ଡ ପାଇଁ ଚର୍ମକୁ ଲଭ ବାଇଟ୍ କରିବା ଦ୍ୱାରା ହୋଇପାରେ।
ଲଭ୍ ବାଇଟ୍ରୁ ୩ଟି ସମସ୍ୟା ହୋଇଥାଏ
ଲଭ୍ ବାଇଟ୍ରୁ ହେଉଥିବା ଖଣ୍ଡିଆ ବିଷୟରେ ସମସ୍ତେ ଜାଣିବା ଉଚିତ୍ । ଲଭ୍ ବାଇଟ୍ସ ଦ୍ବାରା ତିନି ପ୍ରକାରର ସମସ୍ୟା ହୋଇପାରେ । ଗୋଟିଏ ହେଉଛି କ୍ୟାରୋଟିଡ୍ ସାଇନସ୍ । ବାସ୍ତବରେ ଗଳା ପାଖରେ ସ୍ନାୟୁ କୋଷଗୁଡ଼ିକର ଏକ ଗ୍ରୁପ୍ ଅଛି । ସେଥିପାଇଁ ଏହି ସ୍ନାୟୁ କୋଷଗୁଡ଼ିକ ସକ୍ରିୟ ହୋଇଯାଆନ୍ତି । ଏହି କୋଷଗୁଡ଼ିକ ହୃଦୟ ସହିତ ସଂଯୁକ୍ତ । ଯେଉଁଥିପାଇଁ ହାର୍ଟ ବିଟ୍ କମ୍ ହେବା ସହ ବ୍ଲଡ୍ ପ୍ରେସର ମଧ୍ୟ କମ୍ ହୋଇଯାଇଥାଏ । ଏହା ଦ୍ବାରା ମୁଣ୍ଡ ବୁଲାଇଥାଏ । ତଳେ ପଡିଯିବାର ମଧ୍ୟ ସମ୍ଭାବନା ଥାଏ । ସ୍ଥିତି ଗମ୍ଭୀରତା ହୋଇପାରେ । ଦ୍ବିତୀୟ କଥା ହେଉଛି, ଧରାଯାଉ ବେକର ଶୀର ପୂର୍ବରୁ ଦୁର୍ବୁଳ ଅଛି ଆଉ ଲଭ୍ ବାଇଟ୍ କରୁଛନ୍ତି, ରକ୍ତ ଜମାଟ ବାନ୍ଧିଗଲା । ଏହି ଜମାଟ ମୁଣ୍ଡ ଶୀରକୁ ଧରିନେଇଥାଏ । ଯାହାଦ୍ବାରା ଷ୍ଟ୍ରୋକର କାରଣ ପାଲଟିଥାଏ । 'ତୃତୀୟ କଥା ହେଉଛି ଯେ ବେକରେ ଜୋରଦାର ଚୁମ୍ବନ ସମୟରେ, ବେକର ଦୁର୍ବଳ ରକ୍ତବାହୀ ନଳୀ ଫାଟିଯିବାର ସମ୍ଭାବନା ଥାଏ ଏବଂ ବ୍ଲଡ ବେସିଲ୍ସ୍ର ସ୍ତର ଫାଟିଯାଏ, ରକ୍ତ ବାହାରକୁ ଆସିବାର ସମ୍ଭାବନା ଥାଏ । ତେଣୁ, ଏପରି ଜିନିଷ ଗୁଡ଼ିକ ପ୍ରତି ସଚେତନ ରହିବା ଗୁରୁତ୍ୱପୂର୍ଣ୍ଣ। ।